Onn 3

ନଭେମ୍ବର ରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ

State

ଶିଶୁ ଉଦ୍ୟାନ ରେ ଦୁଇ ଦିନିଆ ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ

ବାରିପଦା: ଦୀର୍ଘ 14 ବର୍ଷର ବ୍ୟବଧାନ ପରେ ପୁଣି ଥରେ ଶହୀଦ ସ୍ମୃତି ଭବନ ନିକଟ ଶିଶୁ ଉଦ୍ୟାନ ପରିସରରେ ଥିବା ଐତିହାସିକ ବ୍ୟାଣ୍ଡ ଷ୍ଟାଣ୍ଡ ରେ ଦୁଇ ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ଅନୁଷ୍ଠିତ ହେବାକୁ ଯାଉଛି l ଆସନ୍ତା 13 ଓ 14 ତାରିଖରେ ଦୁଇଦିନ ଧରି ଏହି ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି l ଏ ନେଇ ମଙ୍ଗଳବାର ସ୍ଥାନୀୟ ଷ୍ଟାଡିୟମ କନଫରେନ୍ସ ହଲ ଠାରେ ଡ଼ଃ ବନଜା ମହାନ୍ତିଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ସ୍ବର୍ଗତଃ ଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକ ଙ୍କ କୃତ ମହୋତ୍ସବ ଲୋଗୋ କୁ ଉନ୍ମୋଚନ କରା ଯାଇଥିବା ବେଳେ ସ୍ବର୍ଗତଃ ପଟ୍ଟନାୟକ ଙ୍କ ଅମର ଆତ୍ମାର ସଦଗତି ପାଇଁ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା l

ଶିଶୁଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଆସନ୍ତା 13 ଓ 14 ରେ ହେବାକୁ ଥିବା ବିଭିନ୍ନ ପ୍ରତି ଯୋଗିତା ଓ କାର୍ଯ୍ୟକ୍ରମ ବାବଦରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ପରେ ଏହି ମହୋତ୍ସବ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା l ବୈଠକରେ 60ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇ ଏଭଳି ପ୍ରୟାସ କୁ ଆଗକୁ ସାକାର କରିବାକୁ ଶପଥ ନେଇଥିଲେ l