Onn 3

ଆସନ୍ତା ୬ ତାରିଖରୁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଆରମ୍ଭ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ୨୦୨୩ ମସିହା ନଭେମ୍ବର ମାସ ରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ର କାର୍ଯ୍ୟସୂଚୀ | ବାରିପଦା ତା ୦୧-୧୧-୨୦୨୩. ରିଖ. ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ତ୍ଵlଵଧାନ ରେ ଚଳିତ ୨୦୨୩ ମସିହା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ମାସ ର ପ୍ରଥମ ସୋମବାର ତା ୦୬-୧୧-୨୦୨୩ ରିଖ ରେ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ (ଫେସିଲିଟେସନ ସେଣ୍ଟର) ଠାରେ ନଭେମ୍ବର ମାସ ଦ୍ୱିତୀୟ ସୋମବାର ତା ୧୩-୧୧-୨୦୨୩ ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁର ଠାରେ, ନଭେମ୍ବର ମାସ ତୃତୀୟ ସୋମବାର ତା ୨୦-୧୧-୨୦୨୩ ରିଖ ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏବଂ ରାସ ପୂର୍ଣ୍ଣିମା ଉପଲକ୍ଷେ ନଭେମ୍ବର ମାସର ଚତୁର୍ଥ ସୋମବାର ତା.୨୭-୧୧-୨୦୨୩ ରିଖ ସରକାରୀ ଛୁଟି ଦିବସ ପଡୁଥିବାରୁ ତା ପରଦିନ ଅର୍ଥାତ ନଭେମ୍ବର ମାସ ର ଚତୁର୍ଥ ମଙ୍ଗଳବାର ତା.୨୮-୧୧-୨୦୨୩ ରିଖ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ |

ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ଉପସ୍ଥିତିରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଶିବିର ରେ ସମ୍ପୃକ୍ତ ଉପଖଣ୍ଡ ର ଉପଖଣ୍ଡ ସ୍ତରୀୟ ଅଧିକାରୀ ଙ୍କ ସମେତ ସମ୍ପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ.ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥିତ ରହି ଜଣାଇ ପାରିବେ |