ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଂଚାୟତ କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ଭାତୃ ପୂଜନ ଓ ଧୀରେନ୍ଦ୍ର ମହାନ୍ତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟ ବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନଶିକ୍ଷକ ଶରତ ନାୟକ, ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ବାଲୁକେଶ୍ୱର ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ସମିତିସଭ୍ୟ କୁନି ମୁଣ୍ଡା, ପରିଚାଳନା କମିଟି ସଭାପତି ବିଜେନ୍ଦ୍ର ବେହୁରିଆ ଯୋଗଦେଇ ବିଦ୍ୟାଳୟରେ ଏହି ଭଳି କାର୍ଯ୍ୟକ୍ରମକୁ ଭୂଷୟୀ ପ୍ରଶଂସା କରିଥିଲେ । ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଳା ଶିକ୍ଷକ ଅଶୋକ ପହି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପରେ ଛାତ୍ରୀ ଅଭିଲିପ୍ସା ପଣ୍ଡାଙ୍କ ଦ୍ୱାରା ଭଜନ ଗାନପରେ ଭାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଉତ୍ତରାଧିକାରୀ ଦେବଦାସ ମହାନ୍ତିଙ୍କ ପିତା ସ୍ୱଗତ ଧୀରେନ୍ଦ୍ର ମହାନ୍ତିଙ୍କ ସ୍ମୁତି ସାଂସଦ ପକ୍ଷରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଧୀରେନ୍ଦ୍ର ପ୍ରତିଭା ସମ୍ମାନ ପୂର୍ବକ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋରଞ୍ଜନ ମଲ୍ଲିକ, ସୁଦାମ ଚରଣ ଦାସ, ମନୋରମା ପାଢ଼ୀ, ପ୍ରକାଶ ଚନ୍ଦ୍ର ଜେନା, ଦେବବ୍ରତ ପାଢ଼ୀ, ଗଦାଧର ମହାପାତ୍ର, ଅକ୍ଷୟ ଦାସ, ସସ୍ମିତା ସାହୁ,ଅନୁପମା ବିଶ୍ୱାଳ, ପ୍ରିୟଙ୍କା ମଲ୍ଲିକ, ଜୟନ୍ତୀ ମଲ୍ଲିକ, ଗୌରୀରାଣୀ ବେହେରା, ଦେବେନ୍ଦ୍ର ଦେହୁରୀ, ସନ୍ତୋଷ ନାୟକ, ଅଲେଖ ଚରଣ ପଣ୍ଡା ସମେତ ବିଦ୍ୟାଳୟର ସମସ୍ତ କର୍ମ କର୍ତ୍ତା ଓ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।
