Bd College Re Bhasa Sahitya Samilani

ବଲ୍ଲଭୀଦେବୀ କଲେଜରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଉଦଯାପିତ

State

ନିଶ୍ଚିନ୍ତକୋଇଲି : ନତକାଇ ବଲ୍ଲଭୀଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶ।। ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ନିବେଦିତା ଦାଶଙ୍କ ସଭାପତିତ୍ୱରେ ସାଲେପୁର ଅଟୋନୋମସ୍ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷାବିଭାଗ ର ପ୍ରଫେସର ଡ଼କ୍ଟର ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ମନୁଷ୍ୟ ଜୀବନର ମୂଲ୍ୟ ଏବଂ ଜନ୍ମର ମୃତ୍ୟୁ ପର୍ଯ୍ୟନ୍ତ ଆମ୍ଭମାନଙ୍କର କର୍ତ୍ତବ୍ୟ ବିଷୟରେ ସାର ଗର୍ଭକ ଭାଷଣ ପ୍ରଦାନ କରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅଜର୍ନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ମୁଖ୍ୟବ୍ୟକ୍ତା ଭାବରେ ବଲ୍ଲଭୀ ଦେବୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ପୁଷ୍ପିତା ଜେନା ଯୋଗ ଦେଇ ଭାଷା,ସାହିତ୍ୟ ଓ ସଂସ୍କୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୋଡ଼ାଲ ଅଧିକାରୀ ଅଧ୍ୟାପିକା କ୍ଷୀତିଶ ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭଶ୍ରୀ ନାୟକ, ଅଧ୍ୟାପିକା ରେଶ୍ମା ପ୍ରଧାନ,ଦିପ୍ତୀ ମହାରଣା,ମୌସୁମୀ ସାମଲ,କାର୍ଯ୍ୟାଳୟ ସହକାରୀ ଅଶୋକ କୁମାର ରାଉତ,ନିରଞ୍ଜନ ବାରିକ,ବୈକୁଣ୍ଠ ଚରଣ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଅଧ୍ୟାପିକା ସୁପ୍ରଭା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।