Erwr

ମୁଖ୍ୟମନ୍ତ୍ରୀ ଙ୍କ ନିବାସରେ ଛଉ ନୃତ୍ୟ ଗୁରୁ ସମ୍ବର୍ଦ୍ଧିତ

Religion and Cult State

ବାରିପଦା: ନିକଟରେ ଭୂବନେଶ୍ୱର ଠାରେ ସମାପିତ ହୋଇଥିବା ପ୍ରଥିମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ପ୍ରଦର୍ଶିତ ମୟୁରଭଞ ଛଉ ନୃତ୍ୟ ଶୈଳୀରେ କୋଣାର୍କ ଶୀର୍ଷକ ନୃତ୍ୟ ଟି ଦର୍ଶକ ମାନଙ୍କ ଦ୍ୱାରା ଉଛ ପ୍ରଶଂସିତ ହୋଇଥିବାବେଳେ ଏହି ନୃତ୍ୟର ପରିକଳ୍ପନା ତଥା ନିର୍ଦ୍ଧେଶନା ଦେଇଥିବା ଶ୍ରମତୀ ଶୁଭଶ୍ରୀ ମୁଖାର୍ଜୀ ଙ୍କୁ ନିବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରାଯାଇଅଛି । କୋଣାର୍କ ମନ୍ଦିରର ଇତିହାସ ଉପରେ ପର୍ଯ୍ୟବେଶିତ ଏହି ନୃତ୍ୟଟିରେ ପ୍ରଜେକ୍ଟ ଛାଉଣୀ ର ୧୨ ଜଣ , ଭୂବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ର ୮ ଜଣ , ମୟୁର ଆର୍ଟ ସେଣ୍ଟର ର ୭ ଜଣ , ବାରିପଦାସ୍ଥିତ ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଓ ଦକ୍ଷିଣସାହି ଛଉ ନୃତ୍ୟ ମନ୍ଦିରର ୩ ଜଣ ଲେଖାଏଁ ମୋଟ ୩୩ ଜ ନୃତ୍ୟ ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ ।

ଅଗ୍ନିମିତ୍ର ବେହେରା ସ୍ୱର ସଂଯୋଜନା କରିଥିବାବେଳେ ରିଙ୍କୁ ସାହୁ ନୃତ୍ୟ ନିର୍ଦ୍ଧେଶନାରେ ସହେଯାଗିତା କରିଥିଲେ । ଉକ୍ତ ସମ୍ମିଳନୀ ରେ ସମଗ୍ର ବିଶ୍ୱରୁ ଅନେକ ଲୋକ ଯୋଗ ଦେଇଥିବାବେଳେ ଶ୍ରମତୀ ମୁଖାର୍ଜିୀ ଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୃତ୍ୟ ଟି ସମସ୍ତଙ୍କୁ ବିମୋହିତ କରିପାରିଥିଲା । ଏହି ଅବସରରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନବୀନ ନିବାସ ଠାରେ ଶ୍ରୀମତୀ ମୁଖାର୍ଜୀ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୟୁରଭଞ ଛଊ ନୃତ୍ୟ ର ସଂରକ୍ଷଣ ତଥା ବିକାଶ ସକାଶେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରଜେକ୍ଟ ଛାଉଣୀ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶିକା ଭାବେ ଶ୍ରମତୀ ମୁଖାର୍ଜିୀ ଦାୟିତ୍ୱ ସମ୍ପାଦନା କରିଆସୁଛନ୍ତି ।