Scb

ଅତି ଜରୁରୀ ନ ଥିଲେ SCB କୁ ଆସନ୍ତୁ ନାହିଁ : ଅଧୀକ୍ଷକ

State

କଟକ: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସମଗ୍ର ଦେଶ ସହ ଓଡିଶାର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ମାନେ ।

ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏସସିବି ଅଧୀକ୍ଷକ । ସେ କହିଛନ୍ତି, ଅତି ଜରୁରୀ ନଥିଲେ ଏସସିବି ଆସନ୍ତୁ ନାହିଁ । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କିଛି କହି ହେବନି କ’ଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି ।

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । ଏହି କାରଣରୁ ରୋଗୀ ସେବା ପ୍ରଭାବିତ ହୋଇଛି । ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି ।