Onn 3

ଟିକିରା ରଜ ମହୋତ୍ସବ ଉଦ୍‌ଯାପିତ

State

ଆଗରପଡ଼ା: ଆଗରପଡା ସ୍ଥିତ ଟିକିରା ବରଗଛ ପଡିଆ ଠାରେ ଆଇଡ଼ିଆଲ ୟୁଥ କ୍ଲବ ଆନୁକୁଲ୍ୟରେ ୪ ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ରଜ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । କ୍ଲବ ସଭାପତି ମନ୍ମଥ ଦାସଙ୍କ ଦ୍ୱାରା ପରିଚାଳିତ ସଭାରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରି ନାରାୟଣ ଧଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଜ ପର୍ବ ସନାତନ ଧର୍ମର ପ୍ରତୀକ ବୋଲି କହିବା ସହ ରଜମହୋତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଏଠାରେ ଦୀର୍ଘ ୧୮ବର୍ଷ ଧରି ପାଳିତ ହୋଇଆସୁଥିବା ଉକ୍ତ ମହୋତ୍ସବକୁ ଅତିଥି ମାନେ ପ୍ରଶଂସା କରିବା ସହ କ୍ଲବର ସଦସ୍ୟଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଅମୁଲ୍ୟ ରତ୍ନ ନନ୍ଦ ଓ ଗୋପାଳ କୃଷ୍ଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଇଡ଼ିଆଲ ୟୁଥକ୍ଲବର ସମସ୍ତ ସଦସ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।