Onn 3

ରଥନିର୍ମାଣ ଖଳା ପରିଦର୍ଶନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

State

ଗଜପତି: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଲାଭ କରିଥିବା ପାରଳା ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ପ୍ରସ୍ତୁତି ସମୀକ୍ଷା କରୁଥିବାର ଦେଖିବାକୁ ମିଳିଛି।ତିନି ରଥ ତିଆରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରାଜ ଦାଣ୍ଡ ରାସ୍ତାରେ ଆକର୍ଷଣୀୟ ଝୋଟି ପକାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଲାଗି ପ୍ରସ୍ତୁତି ହେଉଛି।ଭକ୍ତଙ୍କ ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି।

ତିନି ରଥ ଯାତାୟାତ ପାଇଁ ଖାଲଖମା ରାସ୍ତା ମରାମତି କରାଯାଉଛି। ଏହି ସବୁ ପ୍ରସ୍ତୁତିର ତଦାରଖ କରିବା ପାଇଁ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ନିଜେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ସମେତ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପାରଳାଖେମୁଣ୍ଡି ଏସ ଡି ପି ଓ ରାମକୃଷ୍ଣ ପତି, ଆଦର୍ଶ ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖ ପଦାଧିକାରୀ ଙ୍କ ସମେତ ରଥଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।