Adivasi Mela.jpg

ଜାନୁଆରୀ ୨୬ରୁ ରାଜଧାନୀରେ ଆଦିବାସୀ ମେଳା

State

adivasi-mela

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସହରୀ ପରିବେଶରେ ଦେଖିବାକୁ ମିଳିବ ଗାଁର ଆସର। ଚଳିତବର୍ଷ ଜାନୁଆରୀ ୨୬ ତାରିଖରୁ ମେଳା ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ଲାଗି ଖୋଲା ରହିବ । ୨୬ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।