ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍। ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନେଇ ରବିବାର ଦିନ ଗୁଜରାଟ ଅଭିମୁଖେ ଯିବ କ୍ରାଇମବ୍ରାଞ୍ଚ। ପଲିଗ୍ରାଫ ଟେଷ୍ଟ ପରେ ପୁଲିସ କେତେ ସତ କହୁଛି ତାହା ପ୍ରମାଣିତ ହେବ। ଗତ ୧୪ତାରିଖ ଦିନ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭାରତପୁର ଥାନାରେ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ମାମଲାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏନେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।