Onn 3

ମୟୁରଭଞ୍ଜ ଜିଲାରେ ଦଶଗୋଟି ବିଧାନସଭା ଆସନ ଘୋଷଣା କରାଯିବାକୁ ଦାବୀ

State

ବାରିପଦା: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ଆୟୋଜନ ଜୋରଦାର ଚାଲିଥିବା ବେଳେ ମୟୂରଭଞ୍ଜ କଣ୍ଠରୋଧ ଜନତାର ଅଭିଯୋଗକୁ ଏପର୍ଯ୍ୟନ୍ତ କେହି ନଜରକୁ ନେଲେ ନାହିଁ । ଏହା ଏତେ କ୍ଷୁବ୍‌ଧର ବିଷୟ ଯେ ୨୦୦୯ ମସିହା ସାଧାରଣ ନିର୍ବାଚନ ବେଳେ ଯେଉଁ ୧୦ଟି ନିର୍ବାଚନ ମଣ୍ଡଳୀକୁ କମାଇ ଦିଆଯାଇ ୯ ଟି ନିର୍ବାଚନ ମଣ୍ଡଳୀ କରି ଦିଆଗଲା, ଜିଲ୍ଲାର ସାଧାରଣ ଜନତା ଯେତେ ଅଭିଯୋଗ ଆପତ୍ତି ହେଲେ ମଧ୍ୟ ତାହା ଦୃଷ୍ଟିକୁ ନଆଣି ନିର୍ବାଚନ ପାଇଁ ଡିଣ୍ଡିମ ପିଟା ଚାଲିଛି । ତେଣୁ ଏ ବିଷୟରେ ଏକ ବିଧିବଦ୍ଧ ଆଲୋଚନା ପାଇଁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ବିଚାରକ ମଣ୍ଡଳୀ ବସି ଆଲୋଚନା କରାଯାଇଥିଲା । ନିର୍ବାଚନ ଅଧିକାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ପୂନର୍ବାର ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ପୂନର୍ବାର ମୟୂରଭଞ୍ଜ ଜିଲ୍ଲାର ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ପୂନଃର୍ ସଂମ୍ପ୍ରସାରଣ କରି ୧୦ ଗୋଟି ନିର୍ବାଚନ ମଣ୍ଡଳୀ କରାଯାଉ ଏବଂ ବାରିପଦା ସହରକୁ ଏକ ସାଧାରଣ ବର୍ଗଙ୍କ ପାଇଁ ସ୍ଥିର କରାଯାଉ ।

ରାଜନୈତିକ ନେତାଙ୍କର ନେତୃତ୍ୱ ଭାବରୁ ଆଜି ପର୍ଯ୍ୟନ୍ତ ମୟୁରଭଞ୍ଜରେ ଆଖି ଦୃଶିଆ ପରିବର୍ତ୍ତନ କିମ୍ବା ଉନ୍ନତି କିଛି ହୋଇନାହିଁ । ବରଂ ମୟୂରଭଞ୍ଜ ଜିଲ୍ଲାର ଆତ୍ମ ନିଯୁକ୍ତି ଯୋଗାଉଥିବା ଅନୁଷ୍ଠାନ ଗୁଡିକୁ ଉଠାଇ ଦିଆଯାଇ ଅଧିକ ଦରିଦ୍ର ଓ କାଙ୍ଗାଳ ସୃଷ୍ଟି କରାଯାଇ ଅଛି । ବାରିପଦା ଠାରେ ବହୁପୂର୍ବରୁ ଥିବା ସ୍ପନିଙ୍ଗ୍ ମିଲ୍‌, ଆୟୁର୍ବେଦ କଲେଜ, ହୋମିଓ ପ୍ୟାଥିକ କଲେଜ, ପାୱାରଲୋମ, ଟେକ୍ସଟାଇଲସ ଗଞ୍ଜିକାରଖାନା, ନିକୋ ଫ୍ୟାକ୍ଟ୍ରି ଏସବୁକୁ ଉଠାଇ ଦିଆଯାଇ ମୟୂରଭଞ୍ଜ ଆର୍ଥିକ ସ୍ଥିତିକୁ ଦୂର୍ବଳ କରା ଯାଇଛି । ବାରିପଦା ବାସୀଙ୍କ ଦୁଃଖ ବୁଢା ବଳଙ୍ଗ ନଦୀର ଆଡିବନ୍ଧ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିଲାନାହିଁ । ଏହା ଏକ ସ୍ୱପ୍ନରେ ରହିଗଲା । କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ରାସଗୋବିନ୍ଦପୁର, ବେତନଟୀ ପ୍ରମୁଖ ଛୋଟ ଛୋଟ ସହର ଗୁଡିକ କୌଣସି ଉନ୍ନତିକରଣ ହୋଇପାରିନାହିଁ । ଏହାପ୍ରତି ସରକାର ମଧ୍ୟ ଦୃଷ୍ଟି ଦେଉନାହାନ୍ତି ।

ଏଣୁ ମୟୂରଭଞ୍ଜ କଣ ଏକ ଅଭିଶପ୍ତ ଜିଲ୍ଲା? ଆସନ୍ତା ୨୦୨୪ ନିର୍ବାଚନରେ ଏଥିପାଇଁ ବିଧିବଦ୍ଧ ଜନ ଆନ୍ଦଳନ ପ୍ରସ୍ତୁତି କରାଯିବ ବୋଲି ନିସ୍ପତ୍ତି ନେବା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କୁ ଚେତାବନୀ ଦିଆଯାଇଅଛି କି ମୟୂରଭଞ୍ଜ ପ୍ରତି ବୈମାତୃକ ଭାବ ଛାଡି ସରକାରଙ୍କ ଶୀଘ୍ର ବିଧିବଦ୍ଧ ନିଷ୍ପତି ନେବାପାଇଁ ଅନୁରୋଧ କରାଯାଇ ଅଛି । ଉକ୍ତ ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ବଶା, ସମାଜସେବୀ ଶରତ ଚନ୍ଦ୍ର ନାୟକ, ସରୋଜ କୁମାର ଷଡଙ୍ଗୀ, ସୁନିଲ କୁମାର ଜେନା, ତପନ କୁମାର ପଲେଇ, ଉମାକାନ୍ତ ରାଉତ, ଅବନି କୁମାର ଷଡଙ୍ଗୀ, ଲୋକନାଥ ଦାସ, ଯତିନ ଚନ୍ଦ୍ର ଗିରି, ହେମନ୍ତ ଚରଣ ଦାସ, ପିତାମ୍ବର ମଲ୍ଲୀକ, ରବିନ୍ଦ୍ର ମହାନ୍ତି, ରଜତ କୁମାର ସାହୁ, ପ୍ରଦୀପ କୁମାର ପଲେଇ, ରାଜେନ୍ଦ୍ର ମହାନ୍ତ ବିନୋଦ କୁମାର ରାଜ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ଆଇନଜୀବୀ ଓ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।