ବରୁଆମାନେ ଦଶମୀ ଦିନ ବାବା କପିଳେଶ୍ଵରର ଙ୍କୁ ବରଣ କରି ନିଜ ନିଜ ଗାଁ କୁ ଯାଇ ଏକାଦଶୀ ଦିନ ନିଜ ନିଜ ଗାଁ ପୀଠ ଗୁଡିକରେ ପୂଜା ପାଇଥାନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ କାର୍ତିକ ମାସ ଦଶମୀ ତିଥି ଦିନ ଦେବାଦେଵୀ ମାନେ ମହାଦେବ ଙ୍କୁ ବରଣ କରିବା ପାଇଁ କୈଳାଶ ପର୍ବତ ଯାଇଥାନ୍ତି । ଡବଳା ଗାଁ ର ମାଁ ମାହେଶ୍ୱରୀ ଦଶମୀ ଦିନ ବାହାରି ବାବା କପିଳେଶ୍ୱର ପୀଠ କୁ ଯାଇ ବାବା ଙ୍କୁ ବରଣ କରିଥାନ୍ତି ।
ଏକାଦଶୀ ଦିନ ଗାଁରେ ଘଣ୍ଟ, ଢୋଲ , ନିଶାନ ମହୁରୀ ବଜାଇ ବରୁଆ ମାନେ ଗାଁ ପରିକ୍ରମା କରିଥାନ୍ତି । ପରେ ମହାନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥାନ୍ତି । ଭୋରରୁ ଗାଁର ମହିଳା ମାନେ ବରୁଆ ମାନଙ୍କୁ ସ୍ନାନ କରାଇଥାନ୍ତି । ଏହି ପରମ୍ପରା ରୀତି ନୀତି କାହିଁ ଆବାହନମାନ କାଳରୁ ଚାଲି ଆସୁଛି ।