ଆଗରପଡା଼: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରପଡା଼ରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଇତ୍ୟବସରରେ ମୂଖ୍ୟ ଅତିଥି ଭାବେ ଆଗରପଡା଼ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରେମଲତା ଦାଶ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିଶୁ ମାନଙ୍କୁ ଉକ୍ତ ଦିବସର ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିବା ସହ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ଭାଗବତ ପ୍ରସାଦ ପଣ୍ଡା,ଉପସଭାପତି ଚିତ୍ତରଞ୍ଜନ ଉଦଗାତା, ସଂପାଦକ ଅଶୋକ କୁମାର ପରିଡା,ସହସଂପାଦକ ସୁବାଷ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ପୁହାଣ,ସଦସ୍ୟା ଗୀତାଞ୍ଜଳୀ ମହାନ୍ତି ଓ ସଂଯୁକ୍ତା ସେଣ ଉପସ୍ଥିତ ହୋଇ ସମ୍ୟକ୍ ମାର୍ଗଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଶାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ମିତାରାଣୀ ତ୍ରିପାଠୀ ଓ ଆଚାର୍ଯ୍ୟ ଭଗବାନ ପଲେଇଙ୍କ ତତ୍ତ୍ୱ୍ୱାବଧାନରେ ତଥା ଲିପିକା ଶତପଥୀ, ଜନପ୍ରିୟା ଦାଶ, ଭଗବାନ ପଲେଇ, ପ୍ରତିମା ଦାଶ, ସୌଭାଗ୍ୟ ଲକ୍ଷ୍ମୀ ସାହୁ, ଅରୁଣ କୁମାର ନାୟକ, ସ୍ୱାଗତିକା ମହୁରୀ, ବିବେକାନନ୍ଦ ସେଠୀ, ସୌମ୍ୟରଞ୍ଜନ ଶତପଥୀ, ତୃପ୍ତିମୟୀ ପଣ୍ଡା, ମନିଷା ଗୁପ୍ତା, ରାମଚନ୍ଦ୍ର ନାୟକ, ଗିରିଶ ଚନ୍ଦ୍ର ମହାନ୍ତି, ନରେନ୍ଦ୍ର କୁମାର ପତି, ଶୁଭଲକ୍ଷ୍ମୀ ସିଂହ, କବିତା ମଞ୍ଜରୀ ମହାନ୍ତି ଏବଂ ସେବିକା ସୌଦାମିନୀ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀ ଜେନାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଉକ୍ତ ଦିବସ ପାଳନ ଅବସରରେ ଶପଥ ପାଠ ସହ ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନରେ ବଜାର ପରିକ୍ରମା, କବିତା ପାଠ, ପୁସ୍ତକ ପଠନ, ବକ୍ତୃତା, ଅନ୍ତାକ୍ଷରୀ ଓ ଧନ୍ଦା ଆଦି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଲିପିକା ଶତପଥୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବାପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।
