Onn 3

ଆଦିବାସୀ ଜମି ହସ୍ତାନ୍ତର ବିଲର ପୁନର୍ବିଚାର ପାଇଁ ସୁପାରିସ କଲା କ୍ୟାବିନେଟ

State

 

1647368094_1644603585_odisha-legislative-assembly-750x430

ଭୁବନେଶ୍ୱର:ବହୁ ବାଦବିବାଦ ଏବଂ ବିରୋଧ ପରେ ନରମିଛନ୍ତି ସରକାର । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସରକାର । ରାଜ୍ୟ  କ୍ୟାବିନେଟ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଆଜି ବିଧାନସଭାର ୪ର୍ଥ ଦିନରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ସଂଶୋଧନ ପାଇଁ ଟ୍ରାଇବାଲ୍ ଆଡଭାଇଜରି କାଉନସିଲ୍ ନିକଟକୁ ପଠାଯାଇଛି ।  ଏହାକୁ ପୁନର୍ବାର ତର୍ଜମା କରିବା ପାଇଁ କମିଟିକୁ କୁହାଯାଇଛି । 

ଏହି ଜମି ହସ୍ତାନ୍ତର ବିଲକୁ ଆଦିବାସୀ ଉପଦେଷ୍ଟା କମିଟି  ନଭେମ୍ବର ୧୧ରେ ଅନୁମୋଦନ କରିଥିଲା ।    ନଭେମ୍ବର ୧୪ରେ ଏହା ରାଜ୍ୟ କ୍ୟବିନେଟରେ ପାରିତ ହୋଇଥିଲା ।  ଆଦିବାସୀ ଆଇନରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା  । 

ତେବେ ଏହି ବିଲକୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ଏପରିକି ବିଲକୁ ସରକାରଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ତଥାପି ବିରୋଧି ଏହାକୁ ନେଇ ବିଧାନସଭା ଶୀତକାଳୀନ ଅଧିବେଶନରେ ହଙ୍ଗାମା କରିଥିଲେ । ଏହି ବିଳକୁ ସ୍ଥଗିତ ନୁହେଁ, ସମ୍ପୂର୍ଣ୍ଣ ପ୍ରତ୍ୟାେହାର କରିବା ପାଇଁ ଦାବି କରିଥିଲେ ବିରୋଧି ।

ଏହାକୁ ନେଇ ବିଧାନସଭାକୁ ୨ ଦିନ ଧରି ଅଚଳ କରି ଦେଇଥିଲେ ବିରୋଧୀ । ଏ ନେଇ ବିଜେପି ବିଧାୟକମାନେ ଗତକାଲି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ । ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ବିଧାୟକ ଦଳ ।