Onn 3

ବହୁ ଚର୍ଚ୍ଚିତ ବାଦାମ ପାହାଡ଼ ଥାନା ଅଂଚଳର ଉଦୟନାଥ କିସ୍କୁ ଙ୍କ ଗଳାକାଟି ହତ୍ୟା ମାମଲାରେ ଜଣଙ୍କୁ ବାନ୍ଧିଲା ପୋଲିସ

Crime State

ବାରିପଦା: ଗତ କିଛି ଦିନ ତଳେ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ପୋଲ ନିକଟସ୍ଥ ଜଙ୍ଗଲ ପାଖରେ ବଲତପୁର ଗ୍ରାମର ଉଦୟନାଥ କିସ୍କୁଙ୍କୁ କେହି ଅଜଣା ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଥିବା ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଘଟଣାକୁ ନେଇ ଥାନାରେ ୧୧୭/୨୩ କେଶ ରୁଜୁ ହୋଇଥିଲା ।ବାଦାମ ପାହାଡ଼ ଅଂଚଳରେ ଏହା ଚର୍ଚ୍ଚା ର ବିନ୍ଦୁ ପାଲଟିଥିଲା ।ନବ ନିଯୁକ୍ତ ଓଆଇସି କାମାକ୍ଷା କମଳେଶ୍ବର ହେମ୍ବ୍ରମ ଘଟଣାକୁ ହାଲୁକା ଭାବରେ ଗ୍ରହଣ କରି ନ ଥିଲେ ।

ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁଙ୍କ ନିର୍ଦେଶରେ ତଦନ୍ତକୁ ଜୋରଦାର କରିଥିଲେ ।ଶେଷରେ ସବୁ ଦିଗରୁ ତଦନ୍ତ କରି ଵାଦାମପାହାଡ ଥାନା ଅନ୍ତର୍ଗତ ଅଙ୍ଗାର ପଦା ଗ୍ରାମର ଜନୈକ ଯୁବକ ଭାଦବ ଚରଣ ହାଁସଦା (୪୨) ଙ୍କୁ ଥାନାକୁ ଆଣି ପଚରାଉଚରା କରି ବା ଫଳରେ ଯୁବକ ଜଣକ ସତ କଥା ଓଗାଳି ଥିଲେ । ବ୍ୟକ୍ତିଗତ ଶତ୍ରୁତା ଏବଂ ଅର୍ଥ କାରବାର ନେଇ ଏଭଳି ଘଟଣା ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ତଦସହ ଆଉ କିଏ ଏଥିରେ ସଂପୃକ୍ତିରେ ଅଛନ୍ତି କି ନାହିଁ ତଦନ୍ତକୁ ଶାଣିତ କରୁଛି ।