Onn 3

ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୩

State

ବାରିପଦା: ଅଦ୍ୟ ତା ୩/୧୨/୨୦୨୩ବାରିପଦା ,ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ସମଗ୍ର ଶିକ୍ଷା ମୟୂରଭଞ୍ଜ,ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରିପଦା, ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡ଼ିଏଲଏସଏ),ମୟୂରଭଞ୍ଜ,ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଧନାର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଭିନ୍ନକ୍ଷମପିଲା ଓବ୍ୟକ୍ତିମାନଙ୍କ ଅନ୍ତର୍ନିହିତ କ୍ଷମତାର ପରିପ୍ରକାଶ ଓସମାଜରେ ଭାଗୀଦାରୀତା ନିମନ୍ତେ ସୁଯୋଗ ବଢାଇବା ପାଇଁ ଏହି ଉତ୍ସବର ଆୟୋଜ ନକରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୪୦ ରୁଉର୍ଦ୍ଧ ଭିନ୍ନକ୍ଷମ ପିଲା, ସେମାନଙ୍କ ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ,ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ସାଧନାର କର୍ମୀ ମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ସହଭାଗୀତାରେ ଏକ ସଚେତନତା ରାଲିବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟରୁ ବାହାରି ସହର ପରିକ୍ରମା କରି ସ୍ଥାନୀୟ ପ୍ରୟାସ ହଲରେ ଏକତ୍ରିତ ହୋଇଥିଲେ ।

ଅତିଥି ଭାବେରେ ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ (Additional District Judge)ସତ୍ୟନାରାୟଣ ପାତ୍ର;ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ;ଏ॰କେ॰ ପରିଛା, ରେଜିସ୍ଟ୍ରାର cum ସିଭିଲ କୋର୍ଟ;କିଶୋର କୁମାର ମହାନ୍ତି, ପେନାଲ ଲୟର;ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ବାରିପଦା;ଶ୍ରୀଯୁକ୍ତ ରଞ୍ଜିତ ମହାପାତ୍ର,ନିର୍ଦେଶକ, ସାଧନା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ଯୋଗ ଦେଇ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସର ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ ଆଲୋକପାତକରିବା ସହିତ ସରକାରୀସ୍ତରରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ସେ ମଧ୍ୟ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତିଚାରଣ କରି ସ୍ଵରଚିତ କବିତା ଆବୃତି କରିଥିଲେ। ସାଧନାର ନିର୍ଦେଶକ ଶ୍ରୀଯୁକ୍ତରଞ୍ଜିତ ମହାପାତ୍ର ବକ୍ତବ୍ୟରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଶିକ୍ଷା ଓ ସୁରକ୍ଷାକୁ ସମାଜରତୃଣମୂଳ ସ୍ତରରେପହଞ୍ଚାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେ ମଧ୍ୟ ବିଦ୍ୟାଳୟ ଗୁଡ଼ିକୁ ଭିନ୍ନକ୍ଷମ ଅନୁକୂଳ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଶ୍ରୀମତି ଶିବାନୀ ଭିନ୍ନକ୍ଷମ ଅଧିକାର ଅଧିକିୟମ ୨୦୧୬ ର କାର୍ଯ୍ୟକାରିତା ଉପରେ ଗୁରୁତ୍ଵ ଦେଇଥିଲେ । ଶ୍ରୀ ଏ॰କେ॰ ପରିଚ୍ଛା ସମାଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନରଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ ଯେ ସମାଜର ଦୃଷ୍ଟିଭଙ୍ଗୀ ଭିନ୍ନକ୍ଷମ ଲୋକଙ୍କ ପାଇଁ ପରିବର୍ତ୍ତନ ହେବାରେ ଆଇନ ଭୂମିକା ଗୁରୁତ୍ବପୂର୍ଣ ଅଟେ । କିଶୋର କୁମାର ମହାନ୍ତି, ପେନାଲ ଲୟର ଭିନ୍ନକ୍ଷମ ଲୋକଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନକହିଥିଲେ ଯେ ଆଜି ସାରା ବିଶ୍ଵରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଅଛି ଯାହା ଏହି ପିଲା ମାନଙ୍କ ମଧ୍ୟରେ ଭିନ୍ନ ଭାବରେ ଥିବା କ୍ଷମତା କୁ ଲୋକଲୋଚନ ଆଣିବାରେ ସାହାଯ୍ୟ କରିବ । ଉପସ୍ଥିତ ସମସ୍ତ ଦିବ୍ୟ।ଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଓ ପ୍ରତିଗୋଗୀତା ଆୟୋଜିତ ହୋଇଥିଲା। ମିଉଜିକ ଚେୟାରରେଲକ୍ଷ୍ମଣ ମୁର୍ମୁ,ପ୍ରଥମ;ତନୁଶ୍ରୀ ଘଡେଇ, ଦ୍ଵିତୀୟ;ସଞ୍ଜୟ ପାତ୍ର, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବଲ ପାସସିଙ୍ଗରେ ରଶ୍ମିତା ମହାନ୍ତ,ପ୍ରଥମ;ନମିତା ମହାନ୍ତ, ଦ୍ଵିତୀୟ;ଗଙ୍ଗାମଣି ସୋରେନ, ତୃତୀୟ ସ୍ଥାନ ଅଧିକାର କରିଥିଲେ;ବେଲୁନ ଫଟାରେ ଗଙ୍ଗାମଣି ସୋରେନ,ପ୍ରଥମ,ତନୁଶ୍ରୀ ଘଡେଇ, ଦ୍ଵିତୀୟ;ଶୁଭମ ବେହେରା, ତୃତୀୟ ସ୍ଥାନ ଅଧିକାର କରିଥିଲେ;ବାଓଲିଙ୍ଗ ଥ୍ରୋରେ ଗଙ୍ଗାମଣି ସୋରେନ, ପ୍ରଥମ,ଶିବପ୍ରସାଦ ସିଂ, ଦ୍ଵିତୀୟ; ରିମା ବିନ୍ଧାଣି, ତୃତୀୟ ସ୍ଥାନ ଅଧିକାର କରିଥିଲେ; ଉପସ୍ଥିତ ଅତିଥିଙ୍କ ଦ୍ଵାରା ଉତ୍କ ପିଲାମାଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରେ ଭିନ୍ନକ୍ଷମ ପିଲାଙ୍କ ପାଇଁ କାର୍ଯ୍ୟକରି ବିଭିନ୍ନ ସ୍ତରରେ ଉଦାହରଣ ସୃଷ୍ଟି କରିଥିବା ଶିକ୍ଷା ବିଭାଗର୧୯ ଜଣ କର୍ମଚାରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା।ଶ୍ରୀମତୀ ବୃନ୍ଦାବତୀ ସେନ,ଜାମ୍ଭୀରିଡ଼ିହା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାରିପଦା;ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀଶ୍ରୀମତି ରେଖାରାଣୀ ଦାସ ଓ ଶ୍ରୀଯୁକ୍ତ ଦିଲୀପ କୁମାର ଦାସଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା।ପ୍ରାକ୍ତନ ଓ କାର୍ଯ୍ୟରତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିଦ୍ଧେଶ୍ଵର ମିଶ୍ର, ପ୍ରଦୀପ କୁମାର ଦେ,ଆରତି ପାଣି, ରାଜକିଶୋର ଶେଠୀ,ଭବାନୀ କୁମାର ସିଂହ, ଦେବାରଞ୍ଜନ ସାହୁ, ଚୈତନ୍ୟ ପ୍ରସାଦ ମୁର୍ମୁ, ନିର୍ମଲ ପାତ୍ର,ଅଭିରାମ ହେମ୍ବ୍ରମ,କଲ୍ୟାଣ ଆଶିଷ ଦାସ,ଧନଞ୍ଜୟ ସାହୁ, କନକଲତା ମାଝି, ଗୀତିକା ବେହେରା, ପୂଜାରିଣୀ ପଣ୍ଡା,ସୁଶୀଲ କୁମାର ପଣ୍ଡା,ଧନପତି ମିଶ୍ର ଆଦିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ସେହିପରି ଭିନ୍ନକ୍ଷମ ପିଲା ଓ ଲୋକମାନଙ୍କ ପାଇଁ ନିରନ୍ତର ସେବା ଯୋଗାଇଦେଇ ଉଦାହରଣ ସୃଷ୍ଟି କରିଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାଧନାର କର୍ମୀକୁମାରୀ ଝିଲ୍ଲିମଣି ବିନ୍ଧାଣି,ଶ୍ରୀମତୀ ସୁଚିତ୍ରା ମହ।ନ୍ତ , ଶ୍ରୀଯୁକ୍ତ ଜିତେନ୍ଦ୍ର ପ୍ରଧାନ,ଶ୍ରୀମତୀଲକ୍ଷ୍ମୀପ୍ରିୟା ରାଉଳ,ଶ୍ରୀଯୁକ୍ତ ପାଣ୍ଡବ ମ।ହଳି ଓଶ୍ରୀଯୁକ୍ତ ସଞ୍ଜୟ ସିମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକସ୍ଵାଗତ ଭାଷଣ ଦେଇ ଜିଲ୍ଲାରେ ସାଧାରଣ ବିଦ୍ୟାଳୟରେ ଅଧୟନ କରୁଥିବା ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କର ଆବଶ୍ୟକତା ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଶ୍ରୀଯୁକ୍ତ ରବୀନ୍ଦ୍ର ମହାନ୍ତ ସଭା ପରିଚାଳନା କରିଥିଲେ । ଉକ୍ତ ଦିବସରେ ଉପସ୍ଥିତ ସମସ୍ତ ପିଲାମାନଙ୍କୁ କୃପା ନିଶା ନିବାରଣ କେନ୍ଦ୍ର, ବାରିପଦାର ମୁଖ୍ୟ ପରିଚାଳକ ସୁବ୍ରତ ତରେଇ ବିସ୍କୁଟ ବଣ୍ଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରଜମୋହନ ମୁର୍ମୁ,ଶ୍ରୀମତୀ ତପସ୍ଵିନୀ ଦାଶ ଓ ଡକ୍ଟର ସ୍ନେହଲତା ବେହେରାଙ୍କ ପ୍ରତେକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଯାଇଥିଲା। ସେହିପରି କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସାଧନାର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।