Onn 3

ଆଗରପଡ଼ା କଲେଜରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

State

ଆଗରପଡ଼ା:‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ପ୍ରୟୋଜିତ କ୍ରୀଡ଼ା ପ୍ରତିଯୋଗିତାକୁ ଆଗରପଡ଼ା କଳେଜରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ମନସ୍କ କରିବାରେ ସହାୟକ ହେବ ବୋଲି କହିବା ସହ ପିଲାଙ୍କ ସହ ମିଶି ବ୍ୟାଡ଼ବିଣ୍ଟନ ଖେଳିଥିଲେ ।

କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ନାରାୟଣ ପାତ୍ର ସ୍ୱାଗତଭାଷଣ,ବିଜ୍ଞାନାଗାର ସହାୟକ ମହେଶ୍ୱର ମଲ୍ଲିକ ଅତିଥି ପରିଚୟ ଓ ଅଧ୍ୟାପକ ପି.ଏଲ.ସୋରେନ ଧନ୍ୟବାଦ ଦେଇଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ବିଜେଡ଼ି ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସରପଂଚ ସୁଭଦ୍ରା ସିଂଡ,ପ୍ରକାଶ ବିଷ୍ୱାଳ,ସମିତିସଭ୍ୟ ନିର୍ମଳ ନାୟକ,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ,ଜୈନୁଲ ଆବେଦିନ ପ୍ରମୁଖ ମଂଚାସୀନ ଥିଲେ । ଅଧ୍ୟାପିକା ପ୍ରେମଲତା ଦାଶ,ଅଧ୍ୟାପକ ପ୍ରଶାନ୍ତ ନାୟକ,ମୁଖ୍ୟ ସହାୟକ ବିଜୟ ଦାସ,ବିଜ୍ଞାନଗାର ସହାୟକ ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Photo2 for the Nabin Odisha