Onn 3

ଆମ ବ୍ୟାଙ୍କକୁ ଭିସିରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

State

ଆଗରପଡ଼ା:ବନ୍ତ ବ୍ଲକର ଚାରିଗୋଟି ପଂଚାୟତ ମଧ୍ୟରୁ ଆଗରପଡ଼ା ୧୪ନଂ ଜୋନର ମହାନ୍ତିପଡ଼ା ଓ ଅଣିଜୋ ପଂଚାୟତରେ ନୂତନ ଶାଖା ବ୍ୟାଙ୍କକୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହା ମାଧ୍ୟମରେ ଗାଁ ଗହଳିର ଲୋକେ ଅତି ସହଜରେ ଓ ଘର ଦ୍ୱାର ମୁହଁରେ ବ୍ୟାଙ୍କ ସେବା ପାଇପାରିବେ ।

ମହାନ୍ତିପଡ଼ା ପଂଚାୟତରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଶୀକାନ୍ତ ଖୁଣ୍ଟିଆ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ସରପଂଚ ନିହାର ରଂଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ ନାୟକଙ୍କ ସମେତ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜୟନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଣିଜୋ ପଂଚାୟତରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ, ସରପଂଚ ମାଳତୀ ଲତା ସାହୁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।