Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୪ର୍ଥ ସନ୍ଧ୍ୟା, ଓଡିଶୀ, ଝୁମର, ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ

Religion and Cult State

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ଚତୁର୍ଥ ସନ୍ଧ୍ୟାରେ ଚାରୁସ ଏକାଡେମୀ, କରଞ୍ଜିଆ, ଶ୍ରୀ ଜଗନ୍ନାଥ ଡ୍ୟାନ୍ସ କ୍ରିଉ, ହରିହର କଳା ମନ୍ଦିର, ବୀଣାପାଣି କଳା ବିକାଶ କେନ୍ଦ୍ର, ଝାରପୋଖରିଆ, ଭିଜନ ଇଣ୍ଟାରନେସନ, ରଘୁନାଥପୁର, ଓଡିଶୀ, ସମ୍ବଲପୁରୀ, ଆଦିବାସୀ, ଝୁମର ତଥା ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ I ଶେଷରେ ମୟୁରଭଞ୍ଜ ଆଦିବାସୀ ସ୍ଟୁଡେଣ୍ଟସ ଏସୋସିଏସନ (ମାସା) ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I

ଆଦିବାସୀ ଆଲବମ ଓ ସିନେ ଜଗତର ନାମିଦାମୀ କଳାକାରଙ୍କ ସଂଗୀତ ଓ ନୃତ୍ୟର ତାଳେତIଳେ ଝୁମିଥିଲେ ଦର୍ଶକ I ପୁରା ମେଳା ପଡିଆ ଲୋକାରଣ୍ୟ ହୋଇଯାଇଥିଲା I ସୋମନାଥ ସିଂହ ଓ ଆଲୋକ ବାରିକ ମଞ୍ଚ ପରିଚାଳନା କରିଥିଲେ I ଆସନ୍ତା କାଲି ସ୍କୁଲ ଅଫ ଆର୍ଟ ଓ କ୍ରାଫ୍ଟ, ସାଇ ଶିକ୍ଷା କେନ୍ଦ୍ର, ପ୍ରୟାସ ସ୍କିଲ ଟ୍ରେନିଂ ଓ ମାରିସା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା ଜଣାଇଛନ୍ତି I