Onn 3

କଂଗ୍ରେସ ର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

Politics State

ବାରିପଦା:  ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲୀକାର୍ଜୁନ ଖର୍ଗ ଏବଂ ଓବିସି ବିଭାଗ ରାଷ୍ଟ୍ରୀୟ ଚେୟାରମ୍ୟାନ କେପ୍ଟେନ ଅଜୟ ସିଂହ ଯାଦବ ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୩୯ ତମ ପ୍ରତିଷ୍ଠା ଦିବସ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ମିଡ଼ିଆ ସଂଯୋଜକ ଓବିସି ବିଭାଗ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ର ବରିଷ୍ଠ କର୍ମୀମାନଙ୍କ ଦ୍ୱାରା ଦଳୀୟ ସ୍ଲୋଗାନ ଦିଆଯାଇ ଆଗକୁ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଯୁବ SC, ST, OBC ଏବଂ Minority ବର୍ଗର ନେତୃତ୍ୱ ର ବିକାଶ ଦିଗରେ ବେଶି ଧ୍ୟାନ ଦିଆଯିବ ବୋଲି ଶପଥଗ୍ରହଣ କରାଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ଓବିସି ନେତା ସତ୍ୟବାନ ଦଳନାୟକ, ବାରିପଦା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ବାଦଲ ହେମ୍ବ୍ରମ, ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଛୁଟୁରାମ ବିନ୍ଧାଣୀ, ବଡ଼ସାହି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଇଂ ଗଣେଶ ଚନ୍ଦ୍ର ବେହେରା, ମୋରଡା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଭବାନୀଶଙ୍କର ସାହୁ, ବରିଷ୍ଠ କଂଗ୍ରେସ ନେତା ଭୋଜଗୋବିନ୍ଦ ଦଳାଇ,ମୟୁରଭଞ୍ଜ ଜିଲ୍ଲା ଓବିସି ମିଡ଼ିଆ ସଂଯୋଜକ କଲ୍ୟାଣୀ ପାତ୍ର,ବଡ଼ସାହି ବ୍ଲକ ମିଡ଼ିଆ ସଂଯୋଜକ ଓବିସି ବୃନ୍ଦାବତୀ ନାୟକ,ଇଂ ସଲିଲ ଦେ,ଯୁବ ନେତା ଧୀରେନ୍ଦ୍ର ସିଂହ ପ୍ରମୁଖ ଯୋଗଦାନ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଛନ୍ତି l