Onn 3

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ

sports State

ବାରିପଦା : ସ୍ଥାନୀବାରିପଦା କଲେଜ ପଡିଆରେ ସିକ୍ରେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ମା ଅମ୍ବିକା ୱାରିୟାର୍ସ ଏ ଆର ଫାଇଟର୍ସକୁ 10 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏ ଆର ଫାଇଟର ୧୦ ଓଭରରେ 6 ଉଇକେଟ ହରାଇ 71 ରନ କରିଥିଲେ I ଦଳ ପକ୍ଷରୁ ଓଡିଶା ପୋଲିସର ଅନିଲ ସର୍ବାଧିକ 26 ରନ କରିଥିବାବେଳେ ବିପକ୍ଷ ଦଳର ପାର୍ଥ ଦେ 3 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମା ଅମ୍ବିକା ୱାରିୟାର୍ସ 7.3 ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଅମିତ ବିଶ୍ୱାସ 40 ଓ ଦେବାଶିଷ ଗୁପ୍ତା 28 ରନ କରିଥିଲେ I ଦ୍ଵିତୀୟ ମ୍ୟାଚରେ ଡି ଆର କେ ଖୁଣ୍ଟା ଦଳକୁ 31 ରନ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ ୧୦ ଓଭରରେ ୨ ଉଇକେଟ ହରାଇ ୧୨୩ ରନ କରିଥିଲେ I ଦଳ ପକ୍ଷରୁ ସାଇବା ସିଂ ୪୪, ରଣଜିତ ନାୟକ ୩୮ ଓ ଆଶିଷ କୁମାର ପୁଷ୍ପଲକ ୨୪ ରନ କରିଥିଲେ I

ଉତ୍ତରରେ ଖୁଣ୍ଟା ୧୦ ଓଭରରେ ୩ ଉଇକେଟ ହରାଇ ୯୨ ରନ ହାସଲ କରିପାରିଥିଲେ I ଦଳ ପକ୍ଷରୁ ରତିକାନ୍ତ ନାୟକ ୪୩ ଓ ମନୀଷ ମହାପାତ୍ର ୨୪ ରନ କରିଥିବା ବେଳେ ବିପକ୍ଷ ଦଳର ଜଗନ୍ନାଥ ଜେନା ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଶେଖ ଲାଇକୁଦ୍ଦିନ, ଅବିନାଶ ରଥ ଓ ଅଶୋକ ପାଲ ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର, ସମ୍ବିତ ସାହା ଓ ନାପିସଲ ହୁସେନ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବାର ଏସୋସିଏସନର ଉପ ସଭାପତି ସୁଜାତା ମିଶ୍ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଆୟୋଜକ ସଂଜୀବ ଦ୍ବିବେଦୀ ଓ ସମ୍ପାଦକ ସନ୍ତୋଷ ଓତା ଉପସ୍ଥିତ ଥିଲେ I ଆସନ୍ତା କାଲିର ପ୍ରଥମ ମ୍ୟାଚ ଭିଣ୍ଟେଜ ଓ ଜିଲ୍ଲା ବାର ଏସୋସିଏସନ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ ମହାନ୍ତି ଟାଇଗର୍ସ ଓ ତୁଳସୀଚୋରା କ୍ରିକେଟ କ୍ଲବ ମଧ୍ୟରେ ଖେଳାଯିବ ବୋଲି ସହ ଆୟୋଜକ ଜଜି ଦାସ ଜଣାଇଛନ୍ତି I