Img 20250528 wa0197

ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଓ ପ୍ରସୂତି ମହିଳା ମୃତ ନନ୍ଦିନୀ ନାଏକଙ୍କ କ୍ଷୟକ୍ଷତି ପୂରଣ ଦାବିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଗଣବିକ୍ଷୋଭ

ରାଜ୍ୟ
ବାରିପଦା: ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ଅବ୍ୟବସ୍ଥା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଗଣବିକ୍ଷୋଭ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କ ସହର ହେଉଛି ରାଇରଙ୍ଗପୁର ।ଏହା ସହରରେ ଉପଖଣ୍ଡ ଚିକିତ୍ସାଳୟରେ ଭଲ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଦେଖାଦେଇଛି ।ଟିକେ କଥାରେ ରୋଗୀମାନଙ୍କୁ ସଦର ଜିଲ୍ଲା ଡାକ୍ତରଖାନା ଯାହାକି ୯୦ କିମି ଦୂରକୁ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । ରାସ୍ତାରେ ଦୁଆର ଶୁଣି ଘାଟି ।ଦୁଆରଶୁଣିଘାଟୀରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି ।ଯାହାଫଳରେ ରୋଗୀକୁ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇବାକୁ ୩ ଘଣ୍ଟାରେ ପହଞ୍ଚିଵା ଯାଗାରେ ୭/୮ ଘଣ୍ଟା ହୋଇ ଯାଉଛି । ଯେଉଁ ବିଳମ୍ବ ପାଇଁ ଦୁର୍ଘଟଣା ଗ୍ରସ୍ତ ରୋଗୀର ରାସ୍ତାରେ ଚିକିତ୍ସା ଅଭାବରେ ମୃତ୍ୟୁ ଏବଂ ପ୍ରସୂତି ମହିଳା ରାସ୍ତାରେ ପ୍ରସବ କରିବାକୁ ଵାଧ୍ଯ‌ହେଉଛି ।ବିଶେଷତଃ କୌଣସି ବିଭାଗରେ ଜଣେ ଭଲ ବିଶେଷଜ୍ଞ ଡାକ୍ତର ନାହାନ୍ତି ଯାହାଫଳରେ ରୋଗୀମାନେ ସୁଦୂର ୩୫୦ କିମି ଦୂର କଟକ ଓ ଭୂବନେଶ୍ବର ସ୍ବାସ୍ଥ୍ୟ  ସେବା ନିମନ୍ତେ ଯାଇ ଅଧିକା ଖର୍ଚ୍ଚାନ୍ତ ଓ ଶୋଷଣର ଶିକାର ହେଉଛନ୍ତି । ଏହାକୁ ନେଇ ଅଂଚଳବାସୀ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ନ ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଗୁହାରି କରିବେ କାହାକୁ ? ଵାମନଘାଟୀ ଉପଖଣ୍ଡର ସ୍ଵାସ୍ଥ୍ୟ ସେବା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି ।ଆଜି ସ୍ଥାନୀୟ ମୁର୍ମୁ ଛକ ପାଖରୁ ଦଳୀୟ କର୍ମୀ ବିଶେଷତଃ ମହିଳାମାନେ ହାତରେ ଦଳୀୟ ପତକା ଧରି ଝାମୁମୋ  ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ୱରେ  ଉପଖଣ୍ଡ ଚିକିତ୍ସାଳୟକୁ ଆସି ବିକ୍ଷୋଭ କରିବା ସହ‌ ‌ ଧାରଣାରେ ବସିଥିଲେ । । ପରେ ସେମାନେ  ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀଙ୍କୁ ଙ୍କୁ  ବିଭିନ୍ନ ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।ଦାବି ଗୁଡ଼ିକ ହେଲା ୫ ଜଣ ସ୍ତ୍ରୀରୋଗ ବିଶେଷଜ୍ଞ  ଡାକ୍ତର ଙ୍କୁ ନିଯୁକ୍ତି,ପଞ୍ଜିକୃତ ରୋଗୀଙ୍କୁ ରକ୍ତ ଭଣ୍ଡାରରୁ  ନିଃଶୁକ୍ଳ ରକ୍ତ ଦିଆଯାଉ,  ଡ଼ାକ୍ତରଖାନାରୁ ଅନ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତରଣ ବନ୍ଦ ,୧୦ ବର୍ଷରୁ ଉର୍ଦ୍ଧ୍ବ  ସିଏଚସି ଏବଂ ପିଏଚସିରେ ଥିବା ଡ଼ାକ୍ତର ଓ ଡାକ୍ତରାଣୀଙ୍କୁ ବଦଳି କରାଯାଉ,୧୭ ବର୍ଷରୁ ଉର୍ଦ୍ଧ୍ବ ଗୋରୁମହିଷାଣୀ ସିଏଚିସି ଥିବା ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଡାକ୍ତରାଣୀ ଛବିରାଣୀ ନାୟକଙ୍କୁ ବଦଳି,ନିକଟରେ  ଉପଖଣ୍ଡ  ଚିକିତ୍ସାଳୟରେ ପ୍ରସୂତି ମହିଳା ମୃତ ନନ୍ଦିନୀ ନାଏକଙ୍କ ପରିବାରକୁ କ୍ଷତିପୂରଣ ୨୦ ଲକ୍ଷ ଏବଂ ଶିଶୁ ର  ୧୮ ବର୍ଷ ଯାଏଁ ଭରଣପୋଷଣ ଖର୍ଚ୍ଚ ବହନ  ସରକାର ବହନ କରନ୍ତୁ ବୋଲି ଦାବୀପତ୍ର ରେ ଉଲେଖ କରାଯାଇଅଛି l
Shrutilipi ad