ବାରିପଦା କଳାକାର ପରିବାର ତରଫରୁ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟ

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଓଡ଼ିଆ ସିନେମା ଜଗତର ମହାନାୟକ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ସର୍ବପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ସନ୍ତୋଷ ମହାନ୍ତି, ଭାଗବତ ପଣ୍ଡା, ଅନ୍ନଦା ଶଙ୍କର ଦାଶ, ଚିନ୍ମୟ କୁମାର ଦାସ ପଟ୍ଟନାୟକ, ଡଃ ପ୍ରକାଶ ଚନ୍ଦ୍ର ଦାଶ, ସତ୍ୟାନନ୍ଦ ଶେଜପଡା, ଫାଲ୍ଗୁନୀ ମହାନ୍ତି ପ୍ରମୁଖ ଉତ୍ତମ ମହାନ୍ତିଙ୍କ ଜୀବନ ଶୈଳୀ ଏବଂ ତାଙ୍କ ସହିତ କଟେଇଥିବା ସମୟ ଉପରେ ଆଲୋକପାତ କରିଥିଲେ I ବନ୍ଧୁ ଧୀର ବସା କଲେଜ ସମୟରେ ଡ୍ରାମାରୁ ଅଭିନୟ ଆରମ୍ଭ କରି ଅଭିମାନ ଚଳଚିତ୍ର ରେ ଅଭିନୟ ପରେ ଜଣେ ଶ୍ରେଷ୍ଠ ଅଭିନେତା ଭାବେ କିପରି ଦୀର୍ଘ ବର୍ଷର ଯାତ୍ରା କରିଥିଲେ ବର୍ଣ୍ଣନା କରୁ କରୁ ଭାବୁକ ହୋଇପଡ଼ିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ରଣଜିତ କୁମାର ସାହୁ, ପ୍ରସନ୍ନ କୁମାର ମହାନ୍ତି, ଜଗଦୀଶ ଚନ୍ଦ୍ର ଦାସ, ବ୍ରିଜେନ୍ଦ୍ର କୁମାର ରାଉତ, ସରୋଜ କୁମାର ଶତପଥି, ଗୁହିରାମ ଜେନା, ମହେଶ କୁମାର ସାହୁ, ଧନଞ୍ଜୟ ସାହୁ କୁନ୍ଦନଲାଲ ଭଞ୍ଜଦେଓ, ସୁବ୍ରତ କୁମାର ଦେ, ଜ୍ଞାନରଞ୍ଜନ ପଣ୍ଡା, ରାଜେଶ କୁମାର ଦାଶ, ସୁଧୀର କୁମାର ନାୟକ, ପ୍ରଦୀପ କୁମାର ସରଘରିଆ, ସୋମନାଥ ସିଂହ, ଅସିତ କୁମାର ଗିରି ଉପସ୍ଥିତ ରହି ଓଡ଼ିଆ ସିନେଜଗତର ମହାନାୟକ ହେଲେ ମଧ୍ୟ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଟ ବ୍ୟକ୍ତି ତଥା ଜଣେ ନିଆରା ମଣିଷ ଭାବେ କୋଟି ଓଡ଼ିଆଙ୍କ ହୃଦୟରେ ସଦା ସର୍ବଦା ରାଜ କରିବେ ବୋଲି ମତ ପୋଷଣ କରିଥିଲେ I

Shrutilipi ad