Onn 3

ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଖେଳକୁଦ ସମାରୋହ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୨୪ତମ ବାର୍ଷିକ ଖେଳକୁଦ ସମାରୋହ ୩ଦିନ ଧରି ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା ଉଦଘାଟନ କରିଥିଲେ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା କରାଯାଇ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇ ବିଦ୍ୟାଳୟ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଛି । ଏହାର ଉଦଯାପନୀ ଉତ୍ସବରେ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ଦୀପାଞ୍ଜଳୀ ମିଶ୍ରଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ତଥା ଶିକ୍ଷାବିତ୍ ହରିହର ମହାପାତ୍ର ଯୋଗ ଦେଇ ଜ୍ୟୋତି ନିର୍ବାପନ୍ନ ଓ ଧ୍ୱଜାବତରଣ କରି ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ କ୍ରୀଡ଼ା, ବାୟାମ ଓ ଶାରୀରିକ ଶିକ୍ଷାର ଆବଶ୍ୟକତା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ତପନ ଦାଶ, ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ, ସଭ୍ୟ ସୁବୋଧ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ହୋଇଥିଲେ । ଶାରୀରିକ ଶିକ୍ଷା ପ୍ରମୁଖ ସତ୍ୟାନନ୍ଦ ସାହୁ ଖେଳକୁଦ ସମାରୋହ ର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପସଭାପତି ଅଶୋକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଓ ଶିକ୍ଷା କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |