Onn 3

ଜେବିଏମ୍ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷଙ୍କୁ ରାଇଜିଂ ଷ୍ଟାର ଆୱାର୍ଡ ମିଳିଲା

State

ନିଶ୍ଚିନ୍ତକୋଇଲି: କମ୍ପ୍ୟୁଟର ଶିକ୍ଷାର ବ୍ୟାପକ ସଚେତନତା ପାଇଁ ଜେବିଏମ୍ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଜାନକୀବଲ୍ଲଭ ମହାନ୍ତିଙ୍କୁ ରାଇଜିଂ ଷ୍ଟାର ଆୱାର୍ଡ଼ ପ୍ରଦାନ କରାଯାଇଛି । ସର୍ବଭାରତୀୟ ସ୍ତରରେ କଲିକତା ଠାରେ ଥିବା ଏପିଜେ ଅବଦୁଲ କଲାମ୍ ଅଡ଼ିଟୋରିୟମ୍ ରେ ଆୟୋଜିତ ଅଲ ଇଣ୍ଡିଆ ଆଇଟି ବିଡ଼ି ମିଟ୍ ୨୦୨୩ ରେ ସେ ଯୋଗ ଦେଇ ଏହି ଆୱାର୍ଡ଼ ପାଇଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଦୀର୍ଘ ୫ବର୍ଷ ଧରି ଛାତ୍ର ଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ ଦ୍ୱାରା ଡ଼ିଜିଟାଲ ସେବା କ୍ଷେତ୍ର ରେ ବହୁ ପ୍ରଚାର ପ୍ରସାର କରିଥିବାରୁ ତାଙ୍କୁ ଏହି ଆୱାର୍ଡ଼ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା । ଶ୍ରୀ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର,ଉପଢୌକନ,ସିଲଡ଼୍ ଏବଂ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ଆୱାର୍ଡ଼ ପାଇ ଏ ଅଞ୍ଚଳକୁ ଗୌରବାନ୍ୱିତ କରିଥିବାରୁ ତାଙ୍କୁ ବହୁ ଛାତ୍ର ଛାତ୍ରୀ , ଯୁବ ପିଢି,ଶିକ୍ଷାବିତ୍ ମହଲରେ ସ୍ୱାଗତ ଶୁଭେଚ୍ଛା ଜଣାଇଛନ୍ତି ।