Onn 3

ପୋଲିସ ପେଟ୍ରୋଲିଂ ଗାଡ଼ି ପକ୍ଷରୁ ଚଢାଉ: ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

Crime State

ନିଶ୍ଚିନ୍ତକୋଇଲି: ଚୋରି ଓ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୋଲିସ ପେଟ୍ରୋଲିଂ ଗାଡ଼ି ପକ୍ଷରୁ ଚଢାଉ କରାଯାଇଥିଲା । ସେଥିରେ ଭୟଭୀତ ହୋଇ ଅପରାଧିଙ୍କ ପକ୍ଷରୁ ପୋଲିସ ଗାଡ଼ି ଉପରକୁ ଦୁଇ ରାଉଣ୍ଡ ଗୁଳି କରାଯାଇଥିଲା । ସେଥିରୁ ରକ୍ଷା ପାଇବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଅସୁରେଶ୍ୱର ଫୁଟବଲ ଖେଳ ପଡ଼ିଆରେ ଉକ୍ତ ଅଞ୍ଚଳରୁ ଚୋରି କରିବା ପାଇଁ କେତେକ ଅପରାଧି ସଜବାଜ ହେଉଥିଲେ । ଘଟଣା ଜଣାପଡ଼ିବା ପରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚିବାରୁ ସେହି ଅପରାଧିମାନେ ପୋଲିସ ଗାଡ଼ି ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଖସି ପଳାଇଯିବା ପାଇଁ ଉଦ୍ୟମ କରିଥିଲେ । ଉକ୍ତ ଦୁଇଟି ଗୁଳି ପୋଲିସ ଭ୍ୟାନ୍ ଡ଼ୋର ନିକଟରେ ବାଜିଥିଲାବେଳେ କାହାର ସେଭଳି ବିଶେଷ କ୍ଷତି ହୋଇନଥିଲା । ଏହି ସମୟରେ ଭ୍ୟାନରେ ଥିବା ଏସଆଇ ତପନ ନାୟକ ନିକୁ ରକ୍ଷା କରିବା ପାଇଁ ଏନକାଉଣ୍ଟର କରିଥିଲେ । ପୋଲିସର ଉକ୍ତ ଗୁଳିଟି ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ କୁମାର ସାହୁ ଓରଫ ଲିପୁ (୩୫) ଙ୍କ ବାମଗୋଡ଼ରେ ବାଜିଥିଲା । ଫଳରେ ସେ ସେଠାରେ ପଡ଼ିଯାଇଥିଲାବେଳେ ଅନ୍ୟମାନେ ଖସି ପଳାଇ ଯାଇଥିଲେ । ପୋଲିସ ତାଙ୍କୁ ଆଣି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିିକିତ୍ସା କରାଇ ପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲା ।

Encounter Susasnta

ଦୁର୍ଦ୍ଦାନ୍ତ ଲିପୁ ଏବେ ଚିିକିତ୍ସାଧୀନ ରହିଥିବାବେଳେ ଅବସ୍ଥା ଭଲ ଥିବା ପୋଲିସ ପ୍ରକାଶ କରିଛି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସମ୍ପୃକ୍ତ ଦୁର୍ଦ୍ଦାନ୍ତ ସୁଶାନ୍ତ ଙ୍କ ଘର ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମରେ ଅଟେ । ତାଙ୍କ ନାମରେ ରାଜ୍ୟର ବାଲେଶ୍ୱର ଜିଲ୍ଲା ଠାରୁ ଆରମ୍ଭ କରି ବରହମପୁର ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୫୫ ରୁ ଉର୍ଦ୍ଧ୍ୱ ଚୋରି, ଡ଼କାୟତି, ରାଜାଜାନୀ ଓ ବିଭିନ୍ନ ଅପରାଧ ମାମଲା ରହିଛି । ଓଡ଼ିଶା ପୋଲିସକୁ ଚକମା ଦେଖାଇ ସେ ଫେରାର ହୋଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବାବେଳେ ରାଜ୍ୟ ପୋଲିସ ବିଭାଗ ତାଲିକାରେ ମୋଷ୍ଟ ୱାଣ୍ଟେଡ଼ ଅପରାଧି ଭାବେ ତାଙ୍କ ନାମ ରହିଛି । ବିଶେଷ କରି ନିକଟ ଅତୀତରେ ହୋଇଥିବା ମାହାଙ୍ଗା ଅଞ୍ଚଳର ଏକ ବଡ଼ଧରଣର ଚୋରିରେ ସେ ସମ୍ପୃକ୍ତ ଥିବା ବେଳେ ବିଭିନ୍ନ ଗହଣା ଦୋକାନ ଲୁଟ୍ ଘଟଣାରେ ମଧ୍ୟ ସମ୍ପୃକ୍ତି ରହିଥିବା ଜଣାଯାଇଛି । ସୁଶାନ୍ତ ଙ୍କ ସହଯୋଗୀମାନଙ୍କୁ ପୋଲିସ ଗିରଫ କରିପାରିନଥିବାବେଳେ ଏହାର ତଦନ୍ତ ପାଇଁ ରବିବାର ପୂର୍ବାହ୍ନରେ ସାଇଣ୍ଟିଫିକ ଟିମ୍ ଙ୍କ ସହିତ ସାଲେପୁର ଉପଖଣ୍ଡ ଥାନା ଅଧିକାରୀ ,ମାହାଙ୍ଗା ଥାନା ଅଧିକାରୀ ଓ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପଡ଼ିଥିବା ଏକ ବନ୍ଧୁକ, ତିନିରାଉଣ୍ଡୁ ଗୁଳି ଜବତ କରିଥିଲା ବେଳେ ଗୁଳି ମାଡ଼ରେ ରକ୍ତ ଭିଜା ସ୍ଥାନରେ ଫଟୋ ଉଠାଇ ନେଇଥିବା ଜଣାଯାଇଛି । ବିଭିନ୍ନ ଦିଗରୁ ଉକ୍ତ ଘଟଣାର ତଦନ୍ତ ପ୍ରକିୟା ଜାରି ରହିଥିବାବେଳେ ଖୁବ ଶୀଘ୍ର ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରାଯିବା ସହ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଯୁଗଳକିଶୋର ଦାସ ପ୍ରକାଶ କରିଛନ୍ତି ।

Encounter Jabata Guli