Onn 3

ଗଞେଇ ଚାଳାଣ ଅଭିଯୋଗରେ ତିନି ଜଣ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ଆଜି ଚୋରା ଗଞେଇ ଚାଲାଣ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ଜିଲା ଓ ଦୈାରାଜଜ୍ ଅରବିନ୍ଦ ପଟ୍ଟନାୟକ ତିନି ଜଣ ଅଭିଯୁକ୍ତ ଙ୍କୁ ଦଶ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ରେଫାକତ ଅଲୀ (୪୨) , ରୁପସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମର ମିହିର ବିଶ୍ୱାଳ (୨୦) ଏବଂ ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ରବୀନ୍ଦ୍ର କୁମାର ଦେ (୫୦) । ମାମଲାର ବିବରଣୀ ରୁ ପ୍ରକାଶ ଯେ ୮-୧୧-୨୦୨୦ ରିଖ ରାସଗୋବିନ୍ଦପୁର ଥାନା ପୋଲିସ ପକ୍ଷରୁ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ସକାଳ ପାଖାପାଖି ୬ ଟା ସମୟରେ କୈାଣସି ସୂତ୍ରରୁ ଖବରପାଇ ବସ୍ତା ରୁ ରାସଗୋବିନ୍ଦପୁର ଅଭିମୁଖେ ଆସୁଥିବା ଏକ ବୋଲେରୋ କୁ ଜାତୀୟ ରାଜପଥ ର ଶ୍ୟାମାନନ୍ଦପୁର ଠାରେ ଅଟକାଇ ସର୍ଚ କରିବାରୁ ବୋଲେରୋ ଭିତରୁ ମୋଟ ୬୦.୯୯୦ କେଜି ଗଞା ଜବତ କରିବା ସହ ଅଭିଯୁକ୍ତ ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଏ ବାବଦରେ ସବ ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ ଙ୍କ ଅଭିଯୋଗକ୍ରମେ ରାସଗୋବିନ୍ଦପୁôର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଦାୟ ୨୨ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବ୍ରଜେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।