Scb Doc Wife Transformed 750x430

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ

State

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି।

ତାଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ରରେ କାର୍ଡିଓଲୋଜି ବିଭାଗର ମୁଖ୍ୟ ଏବଂ ମେଡିକାଲ କଲେଜର ଡିନଙ୍କ ସମେତ ସମସ୍ତ ବରିଷ୍ଠ ଓ ଜୁନିୟର କର୍ମଚାରୀ ଜଡିତ ଅଛନ୍ତି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ପୀଡିତାଙ୍କ ଦ୍ୱାରା ଏଫଆଇଆର ଦାଖଲ କରିବାରେ ବିଳମ୍ବ ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, “ସେଦିନ ସେମାନେ ଘରକୁ ଫେରିଥିଲେ ଏବଂ ପୁଣି ଫେରି ଆସିଥିଲେ। ମୋ ସ୍ୱାମୀଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ସେମାନେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ”।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ୨ଜଣ ମହିଳା ରୋଗୀ କଟକ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଇସିଜି କରିବା ପାଇଁ କହିଥିଲେ। ମାତ୍ର ଇସିଜି ବାହାନାରେ ଡାକ୍ତର ଉକ୍ତ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି ପୋଲିସ। ଏସସିବିରେ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ। କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି।