Mur

ପୁରୀରେ ପୁଣି ନିର୍ମମ ହତ୍ୟାକାଣ୍ଡ, ବେଳାଭୂମିରୁ ମିଳିଲା ଯୁବକଙ୍କ ମୃତଦେହ

State

ପୁରୀ : ପୁରୀରେ ପୁଣି ହତ୍ୟା । ବଳିଆପଣ୍ଡା ଥାନା ଅଞ୍ଚଳ ବେଳାଭୂମିରୁ ମୃତଦେହ ଉଦ୍ଧାର ।  ମୃତକ ବାଲେଶ୍ବର ସୋର ଅଞ୍ଚଳର ପ୍ରହଲ୍ଲାଦ ଦାସ । ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମ ଆଖି ଓ କାନକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ, ସଦର ଅତିରିକ୍ତ ଏସପିଙ୍କ ସହ ସଦର ଏସଡିପିଓ,ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ପୁରୀ ବେଳାଭୂମିରେ ଏହି ହତ୍ୟାକାଣ୍ଡ ହୋଇଛି ।  ବୁଧବାର ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଅବଗତ କରାଇଥିଲେ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।  ମୃତକଙ୍କ ମୁହଁରେ ଗଭୀର ଆଘାତ ଓ କ୍ଷତ ସୃଷ୍ଟିହୋଇ ପ୍ରବଳ ରକ୍ତସ୍ରାବ ହୋଇଛି ।  ବାମ ପାର୍ଶ୍ଵ ଆଣ୍ଠୁ ତଳକୁ ପୂର୍ବରୁ କ୍ଷତ ଚିହ୍ନ ରହିଛି ।  ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।  ମୃତକଙ୍କ ନିକଟରୁ ଏଟିଏମ କାର୍ଡ ଓ ୧୦ଟି ସିମ୍ କାର୍ଡ ଜବତ କରିଛି ପୋଲିସ ।  ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ ସୂଚନା ଦେଇଛି ।