Haa

ଶେଖ ହସିନାଙ୍କ ମନ୍ତବ୍ୟ ନେଇ ଭାରତକୁ ବାଂଲାଦେଶର ଚେତାବନୀ

National & International

ଢାକା: ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଇଥିବା ମନ୍ତବ୍ୟକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।

ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୁସେନ୍ ବୁଧବାର ଭାରତୀୟ ଉଚ୍ଚ କମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ର ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଭଲ ନୁହେଁ। ଏହା ଦ୍ବାରା ବନ୍ଧୁତା ବିପଦରେ ପଡ଼ିବାର ଆଶଙ୍କା ରହିଛି ବୋଲି ଭାରତକୁ ବାଂଲାଦେଶ ଚେତାବନୀ ଦେଇଛି।

ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ବୁଧବାର ଭାରତୀୟ ହାଇ କମିଶନରଙ୍କ ସୌଜନ୍ୟମୂଳକ ଡାକରା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବାସ୍ତବରେ, ନିକଟରେ ଭାରତରେ ଆଶ୍ରୟ ନେବା ପରେ ଆୱାମୀ ଲିଗ୍ ସଭାପତି ଶେଖ ହସିନା ଏକ ମନ୍ତବ୍ୟ ଦେଇଥିଲେ ଯେ ବାଂଲାଦେଶରେ ଛାତ୍ର ବିରୋଧ ପ୍ରଦର୍ଶନ ପଛରେ ଆମେରିକା ହାତ ଅଛି। ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ତେବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସାଜିବ ୱାଜେଦ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଏଥି ସହିତ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୁସେନ୍ ଆଗାମୀ ଦିନରେ ଭାରତ ସହ ଅଧିକ ଲୋକକେନ୍ଦ୍ରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ସୀମାରେ ହତ୍ୟା ବନ୍ଦ କରିବା, ତିସ୍ତା ନଦୀ ଜଳ ବଣ୍ଟନ ଚୁକ୍ତି ପୂରଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି।