Onn 3

ଭିଜିଲାନ୍ସ ରାୟ: ସରକାରୀ ରୁଣ ଛାଡ ରେ ଅନିୟମିତତା ଅଭିଯୋଗରେ ପାଞ୍ଚ ଜଣ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ଏକ ବାଲେଶ୍ୱର ଭିଜିଲାନ୍ସ କେସ ନଂ ୧୪/୨୨-୩-୨୦୧୩ ର ବିଚାର କରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭି୍‌ୁଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ନୀଳଗିରୀ ଥାନା ଅନ୍ତର୍ଗତ କାନସା ଗ୍ରାମର ସିଦ୍ଧେଶ୍ୱର ବାରିକ (୬୪) , ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅନ୍ତର୍ଗତ ଆମ୍ବ ଗଡିଆ ଗ୍ରାମର ଅଶୋକ କୁମାର ମହାପାତ୍ର (୬୧) , ଉକ୍ତ ଥାନା ଅନ୍ତର୍ଗତ କୁଜିଗାଡି ଗ୍ରାମର ମୁକୁନ୍ଦ ପ୍ରସାଦ ଦାସ (୫୮) , ଖୁଣ୍ଟାପୁର ଗ୍ରାମର ବେଣୁଧର ନାଥ (୬୮) ଏବଂ କୁଜିଗାଡି ଗ୍ରାମର ହରିହର ଦାସ (୬୧) । ଏ ସମସ୍ତ ଅଭିଯୁକ୍ତ ଙ୍କୁ ଦୁର୍ନୀତି ନିରୋଧ ଆଇନ ଧାରା ୧୩ (୨) ଅଫ ଦା ପିସି ଆକ୍ଟ ୧୯୮୮/୪୨୦/୪୬୮/୪୭୭-ଏ ଆଇପିସି ଅନୁଯାୟୀ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କାରାଦଣ୍ଡ ଏବଂ ଧାରା ୧୨୦-ବି/୪୭୧ ଆଇପିସି ଅନୁଯାୟୀ ଦୁଇ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ୫ ହଜାରେ ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଏ ସମସ୍ତ ଅଭିଯୁକ୍ତ ବୈଶିଙ୍ଗା ଲ୍ୟାମ୍ପ ରେ କାର୍ଯ୍ୟ କରୁଥିବା ସମୟରେ ୨୦୦୮-୦୯ ମସିହାରେ ୧୭୫ ଜଣ ଚାଷୀ ଙ୍କୁ ମୋଟ ୧୦ ଲକ୍ଷ ୬୪ ହଜାର ଟଙ୍କାର ବେନିୟମ ରୁଣ ଛାଡ କରିଥିଲେ । ଏମାନଙ୍କ ମଧ୍ୟରୁ ସିଦ୍ଧେଶ୍ୱର ବାରିକ ମେନେଜିଙ୍ଗ ଡାଇରେକ୍ଟର , ବେଣୁଧର ନାଥ ବ୍ରାଞ୍ଚ ମ୍ୟାନେଜର , ହରିହର ଦାସ ବ୍ରାଞ୍ଚ ମ୍ୟାନେଜର , ଅଶୋକ କୁମାର ମହାପାତ୍ର ବ୍ରାଞ୍ଚ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଛନ୍ତି । ଏମାନଙ୍କ ପେନସନ କୁ ବନ୍ଦ କରିବା ପାଇଁ ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଉପରିସ୍ଥ ଅଧିକାରୀ ଙ୍କୁ ସୁପାରିସ କରାଯାଇଥିବାବେଳେ ମୁକୁନ୍ଦ ପ୍ରସାଦ ଦାସ ବର୍ତ୍ତମାନ ବୈଶିଙ୍ଗା ଲ୍ୟାମ୍ସ ରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟକରୁଛନ୍ତି । ତାଙ୍କୁ ଚାକିରୀରୁ ବହିସ୍କୃତ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ସୁପାରିସ କରାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।