କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ନୂଆ ଘରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ବନ୍ଧୁକକୁ ପୁଲିସ ଜବତ କରିଛି। ପୁଲିସ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଉଛନ୍ତି- ଅଜୟ ରାୱତ, ଅଙ୍କିତ ବର୍ମା ଓ ଶମିମ ଗାଜି। ପୁଲିସ୍ କହିଛି, ବିନୟଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇଙ୍କୁ ଫୋନ୍ କରି ଅଙ୍କିତ ବର୍ମା ଜଣାଇଥିଲେ।