Onn 3

ବାରିପଦା ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -2023 ପାଳିତ

State

ବାରିପଦା : ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ରେ ବାରିପଦା ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -2023 ପାଳିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଓ ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି ଗଙ୍ଗାଧର, ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳିକା ଶ୍ରୀମତୀ ସୀମା ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ଓ ଅନ୍ୟାନ୍ୟ କାଉନସିଲର ବୃନ୍ଦ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଏହାପରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ପରିବେଷଣ ପୂର୍ବକ ଜାତୀୟ ପତାକା କୁ ସମ୍ମାନ ପଦର୍ଶନ କରାଯାଇ ଥିଲା | ଏହାପରେ ନିମନ୍ତ୍ରିତ ଅତିଥି ବୃନ୍ଦ ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ନଗରପାଳ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ପ୍ରାରମ୍ଭ ରେ ନଗରପାଳ ବାରିପଦା ପୌରପାଳିକା ର ଉପଲବ୍ଧି ତଥା ପୌର ପାଳିକା ଦ୍ୱାରା ହାତକୁ ନିଆଯାଇଥିବା ନଗର ଉନ୍ନୟନ ବିଭାଗ ର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ/ଯୋଜନା ସମ୍ଭନ୍ଧ ରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ତାଙ୍କ ଅଭିଭାଷଣ ରେ କହିଥିଲେ କି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଦ୍ୱାରା ସର୍ବ ପୁରାତନ ପୌରପାଳିକା ଆଜି ସବୁଥିରେ ଆଗୁଆ ହୋଇ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି | ବର୍ଜ୍ୟବସ୍ତୁ କୁ ଉତ୍ତମ ପରିଚାଳନା ଜରିଆରେ ଜୈବିକ ସାର ଉତ୍ପାଦନ କରିବାରେ ବାରିପଦା ପୌରପାଳିକା ପ୍ରଥମ ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଏସ ଏଚ ଜି ଗ୍ରୁପ ର ମହିଳା ମାନେ ତୁଲାଉଛନ୍ତି | ଏହି waste କୁ ଆମେ wealth କୁ ରୂପାନ୍ତରିତ କରି ପାରିଛୁ ଏବଂ SHG ଆଜି MSME କୁ ରୂପାନ୍ତରିତ ହୋଇ ପାରିଛି | ସମ୍ମାନିତ ଅତିଥି ଶ୍ରୀ ବି ଗଙ୍ଗାଧର ମହାତ୍ମା ଗାନ୍ଧୀଙ୍କ ଏହି ଅଭିନଵ ସ୍ୱପ୍ନର ପରିକଳ୍ପନା ଆଜି ବାସ୍ତବତା ରେ ପରିଣତ ହୋଇଛି ବୋଲି ପ୍ରକାଶ କରିଥିଲେ |ନିର୍ବାହୀ ଅଧିକାରୀ ଶ୍ରୀ ସେଠୀ ଆଗାମୀ ଦିନରେ ଜନସାଧାରଣ ଙ୍କ ସହଭାଗୀତା ରେ ବାରିପଦା ପୌରପାଳିକା ର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ସ୍ତରରେ ଉଦ୍ୟମ ଜାରିରହିବ ବୋଲି ପ୍ରକାଶ କରିଥିଲେ |ଉପାଧ୍ୟକ୍ଷl ଶ୍ରୀମତୀ ସୀମା ଦାସ ତାଙ୍କ ତତ୍ୱାବଧାନ ରେ ସ୍ୱଚ୍ଛ ବାରିପଦା ସୁସ୍ଥ ବାରିପଦା ଅଭିଯାନ କୁ ତାଙ୍କର ପୁରା ଟିମ ର ସହାୟତା ରେ କିପରି କାର୍ଯ୍ୟକାରି କରାଯାଉଛି ସେ ବିଷୟରେ ଉଲ୍ଲେଖ କରିବା ସହିତ ଏଥି ନିମନ୍ତେ ବାରିପଦା ବାସୀଙ୍କ ସହଯୋଗ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ବ୍ୟକ୍ତ କରିଥିଲେ |ସଭା କାର୍ଯ୍ୟ ଶେଷରେ କାଉନସିଲର ଶ୍ରୀ ଅନନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ଏହି ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦ 14 ଜଣ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ wheel cycle ପ୍ରଦାନ କରିବା ସହ ବାହାନଗା ରେଳ ଦୁର୍ଘଟଣା ରେ ଉଦ୍ଧାର କାର୍ଯ୍ୟରେ ତାଙ୍କର ମହତ ସେବା ପ୍ରଦାନ ପାଇଁ 62 ଜଣ ସଫେଇ କର୍ମଚାରୀ, ପୌର ପାଳିକା ରେ ନିୟୋଜିତ ଥିବା ଅନ୍ୟାନ୍ୟ 22 ଜଣ ସଫେଇ କର୍ମଚାରୀ ଓ ପରିଚାଳକ ଏବଂ MCC plant ର ପରିଚାଳନା ଦାୟିତ୍ୱ ରେ ଥିବା 6 ଜଣଙ୍କୁ ମାନପତ୍ର ଓ ସାଲ ପ୍ରଦାନ କରି ପୁରସ୍କୃତ କରିଥିଲେ |

ଏହାପରେ ପୌର କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବିଭିନ୍ନ ମହିଳା ସମିତି ଦ୍ୱାରା ଉତ୍ପାଦିତ ସାମଗ୍ରୀର 30 ଟି ପ୍ରଦର୍ଶନୀ ଷ୍ଟଲ କୁ ଉଦଘାଟନ କରିଥିଲେ | ପରେ ପରେ ନିମନ୍ତ୍ରିତ ଅତିଥି ବୃନ୍ଦ ସହର ସ୍ଥିତ ବାରିପଦା ଆକାଶବାଣୀ କେନ୍ଦ୍ର ନିକଟରେ ଜନସାଧାରଣ ଙ୍କ ପାଇଁ ନିର୍ମିତ ଲୁ (ପରିଶ୍ରାଗାର ), ରିଜର୍ଭ ପୋଲିସ ଠାରେ ଏକ ପାର୍କ ଓ ଗୋପବନ୍ଧୁ ବାଳାଶ୍ରାମ ଠାରେ ଏକ dyning ହଲ ର ଶୁଭଉଦଘାଟନ କରିଥିଲେ |