Onn 3

ଆ-କା-ମା-ବୈ ଧୂନୀ ରେ ପ୍ରକମ୍ପିତ ଆଗରପଡ଼ା

Religion and Cult State

ଆଗରପଡ଼ା:ଆଧୁନିକ ଛାପରେ ଉତ୍କଳୀୟ ମହାନ ସଂସ୍କୃତି ଓ ପରମ୍ପରା ଫିକାପଡ଼ି ଆସୁଥିବା ବେଳେ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ତାହା ଆଜିଯାଏ ଉଜ୍ଜୀବିତ ରହିଛି ବୋଲି ପବିତ୍ର ରାହାସ ପୂର୍ଣ୍ଣିମା ପାଳନ ଅବସରରେ ଦେଖିବାକୁ ମିଳିଥିଲା । ସାଳନ୍ଦୀ ନଦୀ ଓ ବିଭିନ୍ନ ପୁସ୍କରିଣୀରେ ବିଳମ୍ବିତ ରାତି ରେ ଶହ ଶହ ଧାର୍ମିକ ଲୋକ ସୋଲ ଓ କଦଳୀ ପଟୁଆ ନିର୍ମିତ ଡ଼ଙ୍ଗା କୁ ଭସାଇଥିଲେ । ଏହି ସମୟରେ ସମସ୍ତଙ୍କ ମୁହଁରୁ ସ୍ୱତଃ ପ୍ରବୃତ୍ତ ଭାବେ ଆ-କା-ମା-ବୈ,ଗୁଆ ପାନ ଖାଇ ଶଦ୍ଦ ବାହାରି ପଡ଼ୁଥିଲା ।

ଦୀପ ଓ କ୍ୟାଣ୍ଡେଲ ଆଲୋକ ରେ ସମଗ୍ର ଅଞ୍ଚଳ ଝଲସୁଥିଲା । ଆଗରପଡ଼ାର ସାଇ ରାମେଶ୍ୱର,ବୁଢା ମହାଦେବ,ଦକ୍ଷିଣଚଣ୍ଡି,ଜଗନ୍ନାଥ,ରଘୁନାଥଜୀଉ,ମାଧବଜୀଉ ଆଦି ମନ୍ଦିର ରେ ଲୋକାରଣ୍ୟ ହୋଇଯାଇଥିଲା । ଭକ୍ତମାନେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରି ପ୍ରସାଦ ସେବନ କରିଥିଲେ । ସେହିପରି କାଦବରାଙ୍ଗ , ଶେଉଳ ଗଡ଼ିଆ , ବିଶଲକଣା , ଆଡ଼ିଆ, ଜିରିଣା ଆଦି ଅଞ୍ଚଳରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି ।