Van 3

ଭାରସାମ୍ୟ ହରାଇ ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍‌, ୫ ଆହତ

State

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ। ଫଳରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା ଭ୍ୟାନ୍ ।  ତେବେ ୫ ଜଣ ଅହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ଥିବାରୁ ସେମାନଙ୍କୁ ବସ୍ତା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଏହି ୩ ଜଣ ଆରଏମସି କର୍ମଚାରୀ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଆଜି ଭୋର ସମୟରେ ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲ ଏକ ପିକଅପ ଭ୍ଯାନ । ଭାରସାମ୍ଯ ହରାଇ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ପାଟ୍ରୋଲିଂ ଭ୍ଯାନ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲ ରେ ଭର୍ତ୍ତି କରିଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣା ପରେ ପିକଅପ ଭ୍ଯାନର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବସ୍ତା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।