Onn 3

ବିଭିନ୍ନ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଳକରେ ତୃତୀୟ ଦିନରେ ପୁଣି ୧୨ଟି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ବୁଧବାର ଦିନ ଅନୁଷ୍ଠିତ ହୋଇଛି l ଏହି ଅବସରରେ ସମସ୍ତ ପଞ୍ଚାୟତରେ ଗ୍ରାମବାସୀ ରଥକୁ ସ୍ୱାଗତ କରିବା ସହିତ ଭବ୍ୟ ବନ୍ଦାପନା, ଅକ୍ଷତ, ଗୁଆ, ନଡ଼ିଆ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ପାଇଁ ସମଗ୍ର ଅଞ୍ଚଳ ପବିତ୍ର ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇପାରିଛି ଯାହାକି ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବାଲିଆପଦା ପଞ୍ଚାୟତ ରେ ସରପଞ୍ଚ ଜୟନ୍ତୀ ଜେନା ଓ ଅଲେଖ ସାମଲ ଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ସାମନ୍ତରାୟ, ଯୁବନେତା ଅରୁଣ ସାମନ୍ତରାୟ, ଜଳଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦାଉଦପୁର ପଞ୍ଚାୟତରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତି, ସରପଞ୍ଚ ଲଳିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ସରପଡ଼ା ପଞ୍ଚାୟତରେ ବିଧାୟକ ଶ୍ରୀ ଜେନାଙ୍କ ସହ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ବିଡ଼ିଓ ଧର୍ମରଂଜନ ପଣ୍ଡା,ଉପାଧ୍ଯକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ, ସମିତିସଭ୍ୟା ସସ୍ମିତା ସାଇଁ,ସମିତିସଭ୍ୟଙ୍କ ପ୍ରତିନିଧି ପ୍ରମୋଦ କୁମାର ସାଇଁ, ପୂର୍ବତନ ସରପ ରାଜେନ୍ଦ୍ର ମହାନ୍ତି,ତପନ କୁମାର ଦାଶ,ଜୀବନାନନ୍ଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ । କଟିକଟା ପଞ୍ଚାୟତରେ ସରପଞ୍ଚ ଚିତ୍ତରଂଜନ ମଲିକ, ମନୋରଂଜନ ଭୂୟାଁ, ରଶ୍ମିତା ଶଥପତୀ, ସସ୍ମିତା ପଣ୍ଡା, ସ୍ବର୍ଣ୍ଣଲତା ଭୂୟାଁଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। କେଣ୍ଟାଳ ପଞ୍ଚାୟତରେ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ତୃପ୍ତିମୟୀ ନାଏକ, ନାଏବ ସରପଞ୍ଚ ଇତିଶ୍ରୀ ନାଏକ,ପୂର୍ବତନ ସରପଞ୍ଚ ଅନ୍ନଦା ପ୍ରସନ୍ନ ନାୟକ ଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦାନ କରି ଏହି ରଥ ପରିକ୍ରମା କରାଇଥିଲେ। ନିଶ୍ଚିନ୍ତକୋଇଲି ପଞ୍ଚାୟତରେ ରଥ ପରିକ୍ରମା କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଜିଲ୍ଲା ପରିଷଦ ବିପ୍ଳବ କାପ, ଦେବେନ୍ଦ୍ର ସାହୁ, ସରପଞ୍ଚ ପ୍ରତିନିଧି ହେମନ୍ତ ରାଉତ, ଅଶୋକ ବେହେରାଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। ବଡ଼କ୍ଷୀର ପଞ୍ଚାୟତରେ ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ ଙ୍କ ନେତୃତ୍ବରେ ମହନ୍ତ ଅନନ୍ତରାମ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିନୋଦ ସାମଲ,ରାମଚନ୍ଦ୍ର ସାହୁ, ସମିତିସଭ୍ୟ ପ୍ରଦୋଷ ସାହୁ,ପ୍ରମୋଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ ‌। କଟରପଡ଼ା ପଞ୍ଚାୟତରେ ରାକେଶ ସାମଲ ଙ୍କ ସମେତ ବହୁ ନେତୃବୃନ୍ଦ ଯୋଗଦାନ କରି ଏହି ରଥ ପରିକ୍ରମା କାର୍ଯ୍ୟକୁ ସଫଳ କରାଇଥିଲେ । ଏହାଛଡ଼ା ବାବୁଜଙ୍ଗ, ମହମ୍ମଦପୁର, ସାନ୍ତପୁର, ସିଲୋ,ଉତ୍ତରକୂଳ ଆଦି ପଞ୍ଚାୟତରେ ମଧ୍ୟ ରଥ ପରିକ୍ରମା ଆରମ୍ଭ ହୋଇଛି l