Img 20240113 214635

ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ପଞ୍ଚାୟତ ପରିକ୍ରମା

State

ନିଶ୍ଚିନ୍ତକୋଇଲି : ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ପାଦିତ ହେବ । ଲୋକାର୍ପଣର ଐତିହାସିକ ମୁହୂର୍ତ୍ତରେ ସାମିଲ୍ ହେବାକୁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ସେହି ଅମୃତ ମୁହୂର୍ତ୍ତକୁ ଅଧୂକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ – କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ଏବଂ ବ୍ଲକ୍‌ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି ପ୍ରରୀପେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମ ପଞ୍ଚାୟତରେ ଶ୍ରୀ ଶ୍ରୀ ବଳଦେବଜୀଉ ବ୍ରହ୍ମକ୍ଷେତ୍ର ପୀଠରୁ ଜୟ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ସମଗ୍ର ପଞ୍ଚାୟତ ପରିକ୍ରମା କରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ଘର ଘର ବୁଲି ସ୍ନେହ ଶ୍ରଦ୍ଧା କୁ ଆପଣେଇବା ସହିତ ମହାପ୍ରଭୁ ଙ୍କ ଆଶୀର୍ବାଦ କାମନା କରିଥିଲେ l

ଯେଉଁ କାର୍ଯ୍ୟକ୍ରମ ସେହି ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠରେ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ଅତିଥି ଭାବେ ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ସରପଞ୍ଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଞ୍ଜନ ରାଉତ, ମନୋଜ ସେଠି, ବ୍ଲକ ଅଧକ୍ଷା ରୋଜି ସେଠି,ପୂର୍ବତନ ବ୍ଲକ ଅଧକ୍ଷା ସବିତା ଓଝା, ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା,ଜୋନ ସଭାପତି ଜ୍ୟୋତିରଞ୍ଜନ ସ୍ୱାଇଁ, ପ୍ରମୋଦ ସ୍ୱାଇଁଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦାନ କରି ସହଯୋଗ କରିଥିଲେ l

Img 20240113 214610