Onn 3

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ

Crime State

କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇନେଇଥିଲେ।

ସୂଚନା ଅନୁସାରେ, ଏକ ଡିଜାଏର କାର୍‌ ଯୋଗେ ଚାରି ଜଣ ଦୁର୍ବୃତ୍ତ ଆସିଥିବା ବେଳେ ଆଉ ଜଣେ ଯୁବକ ବାଇକ୍‌ ଯୋଗେ ଆସିଥିଲା। ପ୍ରଥମେ ବାଇକ୍‌ ଧରି ଆସିଥିବା ଯୁବକ ଜଣଙ୍କ ଯୁବତୀଙ୍କୁ ଆଠଗଡ଼ ମୁଣ୍ଡଳୀ ରାସ୍ତା ନିଛାଟିଆ ସ୍ଥାନ ଦେଖି ଏକ ହୋଟେଲ ପାଖରେ ସାଇଟ୍‌ ମାରିଥିଲା। ଯୁବତୀ ଜଣକ ରାସ୍ତା ଉପରେ ସ୍କୁଟି ସହ ପଡ଼ିଯାଇଥିଲେ। ଯୁବତୀ ପଡିବା ମାତ୍ରେ ୪ ଜଣ ଯୁବକ ଡିଜାଏର୍‌ରେ ଆସି ଯୁବତୀଙ୍କୁ ଆଠଗଡ଼ ଆଡ଼କୁ ନେଇ ଚାଲିଯାଇଥିଲେ।

ଅପହରଣ ସମୟରେ ଯୁବତୀ ଜଣଙ୍କ ଚିତ୍କାର କରୁଥିବା ହୋଟେଲ ମାଲିକ ଦେଖିଥିବା କହିଛନ୍ତି। ଘଟଣା ସମ୍ପର୍କରେ ପୋଲିସକୁ ତୁରନ୍ତ ଖବର ଦେବା ପରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ସ୍କୁଟି ଜବତ କରାଯାଇଛି। ସ୍କୁଟିଟି ଢ଼େଙ୍କାନାଳ ଅଞ୍ଚଳର ଅନୁପ ପଟ୍ଟନାୟକଙ୍କର ନାମରେ ରେଜିଷ୍ଟର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କାରକୁ ପିଛା କରିଥିଲା ପୋଲିସ।