Elephant 1 750x430

ପୁଣି ସଙ୍କଟରେ ଗଜରାଜ, ବାରିପଦା ବନଖଣ୍ଡ ରେ ପୁଣି ଏକ ହାତୀର ମୃତ ଦେହ ଠାବ

State

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତରଗତ ତଳଵନ୍ଧ ରେଞ୍ଜ ର ବାଲିଆଢିପl ଜଙ୍ଗଲ ରୁ ଆଜି ଶୁକ୍ରବାର ସକାଳୁ ବନବିଭାଗ ଏକ ହାତୀର ମୃତ ଦେହ କୁ ଠାବ କରିଅଛି l ହାତୀ ମୃତ୍ୟୁ ର କାରଣ ସ୍ପଷ୍ଟ ଭାବେ ଜଣାପଡି ନାହିଁ l ତେବେ ଶିକାର ଉଧେଶ୍ୟରେ ହାତୀ ଟିକୁ ମାରି ଥିବାର ଅନୁମାନ କରାଯାଉଅଛି l ବନବିଭାଗ ର ଏକ ସୂତନ୍ତ୍ର ଟିମ ଘଟଣା ସ୍ଥଳ କୁ ଯାଇ ହାତୀ ମୃତ୍ୟୁ ର ତଦନ୍ତ କରୁଅଛି l ଶବ ବ୍ୟବଛେଦ ପ୍ରକୃତ ସତ୍ୟା ସତ୍ୟ ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଅଛି l ପ୍ରକାଶ ଥାଉକି ଶିମିଳିପାଳ ର ବିଭିନ୍ନ ସ୍ଥାନରେ ପୂର୍ବରୁ ମଧ୍ୟ ଅନେକ ଥର ହାତୀ ର ମୃତ୍ୟ ହେଉଥିଲେ ମଧ୍ୟ ତାହା ତଦନ୍ତ ରେ ହି ସୀମିତ ରହିଯାଉଅଛି l