Onn 3

ପି.ପି କଲେଜରେ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ

Religion and Cult State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ ହୋଇଛି । ଏଥିରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କବିତା ଲିଖନ, ଚିତ୍ରାଙ୍କନ, କବିତା ଆବୃତ୍ତି , ମୁରୁଜ ପ୍ରତିଯୋଗିତା, ସଂଗୀତ ,ନୃତ୍ୟ, ଅଭିନୟ, ଛଦ୍ମବେଶ ପ୍ରତିଯୋଗିତା ହେବା ସହିତ ବିଭିନ୍ନ ପ୍ରକାର ରୋଷେଇ, କଳା ପ୍ରଦର୍ଶନ ଓ ବିଭିନ୍ନ ଧନ୍ଦା ପ୍ରଦର୍ଶନୀ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଡ଼ଃ.ସୁଚିତ୍ର କୁମାର ସାହୁ, ଡ଼ଃ.ତରୁଲତା ଦେବୀ, ଅଧ୍ୟାପିକା ସ୍ୱୟଂପ୍ରଭା ସାମଲ, ସୁମିତ୍ରା ସାହୁ, ସମୀକ୍ଷା ଦାସ, ପୁଷ୍ପଲତା ବେହେରା, ଦେବଜାନୀ ସିହ୍ନା, ଅର୍ଚ୍ଚନା ସ୍ୱାଇଁ,ସ୍ନେହସ୍ମିତା କର, ପ୍ରିୟଙ୍କା ପାଏଲ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଚୟନ କରିଥିଲେ । ନୋଡ଼ାଲ ଅଫିସର ଡ଼ଃ.ଅଧ୍ୟାପକ ଅଲେଖଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଶାନ୍ତୀ ଭାରତୀ, ଦୀପକ କୁମାର ଦ୍ୱିବେଦୀ, ଶିଶିର କୁମାର ସାହୁ, ଦୀପକ ବେହରା,ପ୍ରଦିପ୍ତ ମହାନ୍ତି,ଅଧ୍ୟାପିକା ପ୍ରୀତିଶ୍ରୀ ଦାସ, ନଳିନୀକାନ୍ତ ସାମଲ, ସରୋଜ କୁମାର ସାହୁ,ମୁରଲିଧର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।