Onn 3

ଧର୍ମପରାୟଣ ବୃଦ୍ଧଙ୍କ ପରଲୋକ; ବିଭିନ୍ନ ମହଲରେ ଶୋକ

State

ନିଶ୍ଚିନ୍ତକୋଇଲି: ଜିଗ୍ନୀପୁର ପଞ୍ଚାୟତ ଛୁଆଳିଆ ଗ୍ରାମର ପୂର୍ବତନ ସରପଞ୍ଚ ଜ୍ୟୋତିରଂଜନ ସ୍ୱାଇଁଙ୍କ ପାଳିତ ପିତା ତଥା ଧର୍ମ ପରାୟଣ ବୃଦ୍ଧ ଅଲେଖଚନ୍ଦ୍ର ସ୍ୱାଇଁ(୯୬) ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜାମାତା କେଦାରନାଥ ରାଉତ,କିଶୋର ବେହେରା, କନ୍ୟା ବାସନ୍ତୀ ସ୍ୱାଇଁ ,ସୁପ୍ରଭା ବେହେରା, ନାତୁଣୀବୋହୂ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲ, ନାତୀ ଭାବଗ୍ରାହୀ ରାଉତ, ହିମାଂଶୁ ରାଉତ, ଚନ୍ଦନ ରାଉତଙ୍କ ସମେତ ପରିବାରର ସଦସ୍ୟ ଉପସ୍ଥିତ ଥିଲେ ।

ଖବର ପାଇ ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ସରପଞ୍ଚ ତିଳୋତ୍ତମା ରାଉତ, ବ୍ଲକ ଯୁବବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ପୂର୍ବତନ ସରପଞ୍ଚ ରମେଶଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ପାଳିତ ପୁତ୍ର ଜ୍ୟୋତିରଂଜନ ସ୍ୱାଇଁ ମୁଖାଗ୍ନୀ ଦେଇଥିଲେ ।