Mkb

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

National & International State

ନୂଆଦିଲ୍ଲୀ: ଆଜି ୧୧୨ତମ  ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଆହୁରି ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ମ୍ୟାଥସ୍ ଅଲିମ୍ପିୟାନ୍‌ ବିଜେତାଙ୍କ ସହିତ ଫୋନରେ କଥା ହେବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ଖାଲି ସେତିକି ନୁହେଁ ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀର ଭୁରି ଭୂରି ପ୍ରଶଂସା କରିଛନ୍ତି ମୋଦି । ସମ୍ବଲପୁର ଶାଢ଼ି କଥା କହି ମୋଦି କହିଛନ୍ତି, ଦେଶରେ ଖଦି ଓ ହସ୍ତକାରିଗରୀ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି । ସେ ଓଡିଶାର ସମ୍ବଲପୁର ଶାଢୀ ହେଉକି ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ଫୈଥାନୀ, ହିମାଚଳର ବୁଟିକୋ ସାଲଓ ଜମ୍ମୁ-କାଶ୍ମୀରର କନତସାଓ୍ବାଲ । ଦେଶରେ କୋଣ ଅନୁକୋଣରେ ହସ୍ତକାରିଗରୀମାନେ ଛାଇଯାଇଛନ୍ତି । ଏହା ସହିତ ସମସ୍ତ ହସ୍ତକାରିଗରିମାନଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି । ଆଜିକାଲି ଯେଉଁଭଳି ହସ୍ତତନ୍ତର ଚାହିଦା ବଢିଲାଣି ତାହା ନିଶ୍ଚିତ ସଫଳଦାୟକ । ଭାରତରେ ହସ୍ତତନ୍ତର ସାମଗ୍ରୀର ବିକ୍ରି ୪୦୦%କୁ ବୃଦ୍ଧି ପାଇଛି । ଆହୁରି ମଧ୍ୟ ଏବେ ଅନେକ ଘରୋଇ କମ୍ପାନୀ ଏଆାଇକୁ ବ୍ୟବହାର କରି ହସ୍ତତନ୍ତ ଉତ୍ପାଦ ଓ ଦୀର୍ଘସ୍ଥାୟୀ ଫ୍ୟାସନକୁ ପ୍ରୋତ୍ସାହିତ କରୁଛନ୍ତି । ଆସନ୍ତା ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ବୋଲି କହିଛନ୍ତି ମୋଦି ।

ଅନ୍ୟପକ୍ଷରେ ଏଥିପାଇଁ ଓଡ଼ିଶାବାସୀଙ୍କ ତରଫରୁ ମୋଦିଙ୍କୁ କୃତଜ୍ଞତା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଓଡିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।