Image 1722153643

ବୈତରଣୀ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

State

ଯାଜପୁର/ଭଣ୍ଡାରିପୋଖରୀ : ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ପାଣି ନେବା ପାଇଁ ଆସି ବୁଡ଼ିଗଲେ କାଉଡ଼ିଆ। ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ। ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ। ତେବେ ତାଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ଅନ୍ୟପଟେ ଯାଜପୁର ପୁଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ(୩୨)ଙ୍କର ଆଜି ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରଶାନ୍ତ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଗାଁର ଅନ୍ୟ ତିନି/ଚାରି ଜଣଙ୍କ ସହିତ ଆଖଣ୍ଡଳମଣି ପୀଠକୁ ପାଣି ଭାର ନେଇ ଯିବାକୁ ଘରୁ ବାହାରିଥିଲେ। ସ୍ଥାନୀୟ ଯାଜପୁର ଵଲ୍ଲଭିଘାଟ ସେତୁ ନାଉରିଆସାହି ଗଡାରେ ସମସ୍ତ ୪ଜଣ କାଉଡ଼ିଆ ପାଣି ନେବା ପାଇଁଁ ସ୍ନାନ କରିଵୁ ନଦୀ ଭିତରକୁ ପ୍ରବେଶ କରିଥିଲେ। ତିନି ଜଣ ସ୍ନାନ ସାରି ଉପରକୁ ଉଠି ଆସିଥିବା ବେଳେ ପ୍ରଶାନ୍ତ ନଦୀ ଶ୍ରୋତରେ ଵୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।