Onn 3

ଶିମିଳିପାଳରେ ଦୁଇ ମହାବଳ ବାଘ ଙ୍କ ଲଢେଇ

State

ବାରିପଦା: ଶିମିଳିପାଳ ରେ ଦୁଇ ମହାବଳ ବାଘ ଙ୍କ ଲେଢଇ ର ଦୃଶ୍ୟ କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଧେଶକ ତଥା ଆଞ୍ଚଳିକ ମୁଖ୍ୟ ବନପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ଭିଡିଓ ଟ୍ୱିଟ ଯୋଗେ ସେୟାର କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ବ୍ୟାଘ୍ର ନମ୍ବର ଟି ୩୫ ଏବଂ ଟି ୩୧ ଦୁହେଁ ମୁହାଁ ମୁହିଁ ହୋଇଛନ୍ତି ।

ବାଘମାନେ ନିଜ ନିଜ ଅଞ୍ଚଳରେ ନିଜ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଏହିପରି ଲେଢଇ ପ୍ରାୟତଃ ହୁଏ ବୋଲି ଡଃ ଗୋଗିନେନୀ କହିଛନ୍ତି । ଏହି ଲଢେଇ ର ଦୃଶ୍ୟ ବେଶ ନିଆରା । ଶିମିଳିପାଳ ଅଭୟାରଣ୍ୟରେ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବାବେଳେ ଏହି ଦୃଶ୍ୟ କୁ ଭିଡିଓ ରେ କଏଦ କରିଛନ୍ତି । ଆଉ ଏହି ଲଢେଇ ରେ ମୁଣ୍ଡରେ କଳାଚିହ୍ନ ଥିବା ବାଘ ର ବିଜୟ ହୋଇଥିବାର ଜଣାପଡିଅଛି ।