Onn 3

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଲୁସାଡିହି ପଞ୍ଚାୟତର ଲୁସାଡିହି ଗ୍ରାମର ଜନୈକ ଚାଷୀ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଲୁସାଡିହି ଗ୍ରାମର ଚାଷୀ ବିରାମ ହେମ୍ବ୍ରମ ( ୬୨) ରବିବାର ଦିନ ଅପରାହ୍ନରେ ଅପରାହ୍ନରେ ଖାଇପିଇ ଶୋଇଥିଲେ ।ତାଙ୍କର ଏକମାତ୍ର ପୁଅ ନାରାନ ହେମ୍ବ୍ରମ ବିଲକୁ ଚାଷ କାମ କରିବାକୁ ପଳାଇଥିଲେ ।ଘରେ ଏକୁଟିଆ ରହି ବିଶ୍ରାମ କୀଟ ନାଶକ ପାଇଁ ଶୋଇ ଯାଇଥିଲେ । ସଂଧ୍ୟାରେ ପୁଅ ବିଲରୁ ଫେରି ଦେଖନ୍ତି ତ ବାପା ବିଛଣାରୁ ଉଠୁ ନାହାନ୍ତି । ତାଙ୍କ ଶେଯ ପାଖରେ କୀଟ ନାଶକ ସାମଗ୍ରୀ ପଡ଼ିଥିଲା ।ତାଙ୍କୁ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।

ସୋମବାର ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫/୨୩ ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ବିରାମ ନିଜର ଅମୂଲ୍ୟ ଜୀବନ ହାରିଲେ ତାହା ତଦନ୍ତ ସ। ପକ୍ଷ ।ଖବର ପାଇ ଲୁସାଡିହି ସରପଞ୍ଚ ଡାକ୍ତର ଖାନା ଯାଇ ମୃତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କର ସୁବିଧା ଅସୁବିଧା ବୁଝାବୁଝି କରିଥିଲେ ।