Onn 3

ହାଟବାଦଡା ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଲ୍ଯାମ୍ପରେ ସୋମବାର ଦିନ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ସଭାପତି ରଣଜିତ ବାସ୍କେ ନଡ଼ିଆ ଫଟାଇ ଫିତା କାଟି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଲ୍ଯାମ୍ପର ଏମଡି ସନତ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏଆରସିସି ପ୍ରତିନିଧି ଭୀମ ଚରଣ ବାସ୍କେ ,ଆରଏମସି ପ୍ରତିନିଧି ପ୍ରବୀର ସେଠୀ ,ବରିଷ୍ଠ ସାମ୍ବାଦିକ ସଂଜୟ ମହାକୁଡ଼ ,ସହଦେବ ଗିରି ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳର ଚାଷୀ, ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।

ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।ଏହି ଲ୍ଯାମ୍ଫରେ ୧୬୨୨ ଜଣ ଚାଷୀ ପଂଜିକୃତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି ।