Onn 3

ବାଙ୍ଗିରିପୋଷି ଘାଟିରେ ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, କୋଡିଏ ପୋଲିସ କର୍ମଚାରୀ ଆହାତ

State

ବାରିପଦା:  ଆଜି ଅପରାହ୍ନରେ ମୟୁରଭଞ ଜିଲା ବାଙ୍ଗିରିପୋଷି ଘାଟି ଠାରେ ଏକ ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଭ୍ୟାନରେ ଥିବା କୋଡିଏ ଜଣ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି । ସୂଚନା ମୂତାବକ ଆଜି ଅପରାହ୍ନରେ ଏକ ପୋଲିସ ଭ୍ୟାନ ରେ ଡ୍ରାଇଭର ସମେତ କୋଡିଏ ଜଣ ବାଟାଲିଅନ ପୋଲିସ ପାଞ୍ଚପିଢ କରଞିଆ ରୁ ବାରିପଦା ଅଭିମୁଖେ ଆସୁଥିବାବେଳେ ଘାଟିଠାରେ ଭ୍ୟାନର ବ୍ରେକ ଫେଲ ହୋଇଯାଇଥିଲା ଫଳରେ ବୀପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର କୁ ଧକ୍‌କା ଦେଇଥିଲା ଭ୍ୟାନଟି । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ପ୍ରଥମେ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାରିପଦା ପିଆରଏମ ମେଡିକାଲ କୁ ସ୍ଥାନାନ୍ତର କରାଯାଇଅଛି । ଆହାତ ମାନଙ୍କ ମଧ୍ୟରେ ମହିଳା ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ପୋଲିସ ଭ୍ୟାନ ର ଡ୍ରାଇଭର ଗୁରୁତର ଥିବାର ଜଣାପଡିଅଛି । ପୋଲିସ ଘଟଣାର ତଦନ୍ତ ଜାରିରଖିଅଛି । ଦୂର୍ଘଟଣା ଫଳରେ ୪୯ ନମ୍ବର ଜାତୀୟ ରାଜପଥରେ ଘଟଣା ସ୍ଥଳରେ ଦୁଇପାଶ୍ୱର୍ରେ ଶତାଧିକ ଗାଡି କିଛି ସମୟ ଧରି ଅଟକି ରହିଥିଲେ । ପୋଲିସ କ୍ରେନ ସାହାଯ୍ୟରେ ରାସ୍ତାରୁ ଦୂର୍ଘଟଣାଗ୍ରସ୍ଥ ଦୁଇ ଗାଡିକୁ ରାସ୍ତା କଡକୁ ସ୍ଥାନାନ୍ତର କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।