Onn 3

କଟିକଟା ବଜାର ଗହଣା ଦୋକାନରୁ ଚୋରି

Crime State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟିକଟା ବଜାରରେ ଥିବା ଶୁଭଶ୍ରୀ ସିଟି ଗୋଲଡ଼ ଅଳଙ୍କାର ଦୋକାନରୁ ବୁଧବାର ଅପରାହ୍ନରେ ଦେଢ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗର ୩୬ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଚୋରି ଘଟଣାର ତଦନ୍ତ କରାଯାଇନଥିବା ଜଣାଯାଇଛି । ସୁନା ଗହଣା କିଣିବା ପାଇଁ ୪ଜଣ ମହିଳା ସମେତ ଜଣେ ପୁରୁଷ ଦୋକାନକୁ ଆସି ମଙ୍ଗଳସୂତ୍ର, ଚେନ,ମୁଦି ,ପାଉଁଜି ଆଦି ଅଳଙ୍କାର ଦେଖୁଥିବା ବେଳେ ଦୋକାନୀ ଜଣକୁ ଅନ୍ୟମନସ୍କ କରାଇ ଗହଣା ଲୁଟି ନେଇଥିଲେ । ଏ ସଂକ୍ରାନ୍ତରେ ଦୋକାନୀ ଶୁଭଶ୍ରୀ ମହାପାତ୍ର ସିସି କ୍ୟାମେରା ଫୁଟେଜ ସହ ଚୋରି ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବ୍ୟବସାୟୀ ଜଣକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଏହି ଅଞ୍ଚଳରୁ ଦିନକୁ ଦିନ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଥିଲାବେଳେ ପୋଲିସର ନିଷ୍କ୍ରିୟତା ଜନସାଧାରଣଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଗତ ଦୁଇ ଦିନ ତଳେ ଦଧିବାମନଜୀଉ ମନ୍ଦିରର ହୁଣ୍ଡି ଚୋରି ହୋଇଥିଲା ବେଳେ ବିଷ୍ଣୁପୁର ଆରଆଇ ଅଫିସ ତାଲା ଭାଙ୍ଗି ଚୋରି ଉଦ୍ୟମ ହୋଇଥିଲା । ପୂର୍ବରୁ କେତେକ ଦୁର୍ବୁତ୍ତ ଚୋରି କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୋଲିସର ଗୁଳିରେ ଜଣେ ଆହତ ହୋଇ ପରବର୍ତ୍ତୀ ସମୟରେ ଜେଲ ଯାଇଥିଲେ । ଦୁର୍ବୁତ୍ତମାନଙ୍କ ପାଇଁ ଉକ୍ତ ଅଞ୍ଚଳରୁ ଚୋରି,ଡ଼କାୟତି ଓ ଅପରାଧି କାର୍ଯ୍ୟକଳାପ କରିବା ସୁରକ୍ଷିତ ସ୍ଥାନ ହୋଇଥିବାରୁ ଏଠାରେ ପୋଲିସକୁ କଡ୍ଡା ଚାଲେଞ୍ଜ ଦିଆଯାଉଥିôବା ସାଧାରଣରେ ଚର୍ଚ୍ଚା ଚାଲିଛି ।