Odia 3

ବାଲୁକା କଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Religion and Cult State

ପୁରୀ  ; ଆଜି ମହାବିଷୁବ ସଂକ୍ରାନ୍ତି ଏବେ ଉତ୍କଳୀୟ ନବବର୍ଷ ବା ଓଡିଆ ନବବର୍ଷ । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ମାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ ପ୍ରତିକୃତି ନିର୍ମାଣ କରିବା ସହ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି।  ଜୟ ଜଗନ୍ନାଥ ସହ ODIA NEW YEAR ଲେଖି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓଡିଆ ପରମ୍ପରା ଅନୁଯାୟୀ ବାଲୁକାରାଶିରେ ସୁଦର୍ଶନ ତୁଳସୀ ଚଉରା,ପଣା ପାଇଁ ଆବଶ୍ୟକ ଛତୁଆ,ନଡିଆ, କଦଳୀ, ଆମ୍ବ, ବେଲ ଇତ୍ୟାଦି ନିର୍ମାଣ କରିଛନ୍ତି। ତେବେ ସୁଦର୍ଶନ ଓ ତାଙ୍କ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ବାଲୁକାକଳାକୁ ପ୍ରସ୍ତୁତ କରିବାକୁ ୫ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ତିନି ଟନ୍ ବାଲି ଉପଯୋଗ କରାଯାଇଛି। ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।