2 178 1743581318610

ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ ପରେ ହଙ୍ଗାମା

National & International

ନୂଆଦିଲ୍ଲୀ : ୱାକଫ ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ଏହି ବିଲ୍ ଆଗତ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ସେମାନେ ଏପ୍ରିଲ ପହିଲା (ସୋମବାର) ଅପରାହ୍ନରେ ଏହି ବିଲ୍ ଗ୍ରହଣ କରିଛନ୍ତି, ଯେଉଁଥିପାଇଁ ସେମାନେ ସଂଶୋଧନ ଦାଖଲ କରିବାକୁ ସମୟ ପାଇନାହାଁନ୍ତି।

ଲୋକସଭାରେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ କହିଛନ୍ତି, “ଆପଣ ଏହି ପ୍ରକାର ବିଲ୍ ଯାହାକୁ ଆପଣ ଗୃହରେ ଆଣୁଛନ୍ତି, ଅନ୍ତତ ପକ୍ଷେ ସଦସ୍ୟମାନଙ୍କର ସଂଶୋଧନ କରିବାର ଅଧିକାର ରହିବା ଉଚିତ୍। ଆପଣ ଆଇନକୁ ବାଧ୍ୟତାମୂଳକ କରୁଛନ୍ତି। ଆପଣ ସଂଶୋଧନ ପାଇଁ ସମୟ ଦେବା ଉଚିତ୍। ସଂଶୋଧନ ପାଇଁ ଅନେକ ବ୍ୟବସ୍ଥା ଅଛି।”

କଂଗ୍ରେସର ଏହି ଅଭିଯୋଗରେ  ଗୃହମନ୍ତ୍ରୀ ଅମିତ୍ ଶାହ ତୁରନ୍ତ ଜବାବ ଦେଇଛନ୍ତି।  ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ଜେପିସି  ଦ୍ୱାରା ପ୍ରସ୍ତାବିତ ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି। ପୂର୍ବରୁ ଏଭଳି କମିଟି କେବଳ ଆନୁଷ୍ଠାନିକ ଅନୁମୋଦନ ପାଇଁ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ନୁହେଁ। ଜେପିସି ପରାମର୍ଶରେ  ପରିବର୍ତ୍ତନଗୁଡିକ ଗ୍ରହଣ କରାଯାଇଥିଲା।  ବିଲରେ ଆବଶ୍ୟକୀୟ ସଂଶୋଧନ କରାଯାଇଥିଲା ଏବଂ ପରେ ଏହା ଉପସ୍ଥାପନ ହେଲା।

ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏହି ବିଲ୍ ଲୋକସଭା ସମ୍ମୁଖରେ ରଖିଥିଲେ। ତେବେ ପରେ ଏହାକୁ ସର୍ବସମ୍ମତି କ୍ରମେ ମିଳିତ ସଂସଦ କମିଟି (ଜେପିସି) କୁ ପଠାଯାଇଥିଲା। ଜେପିସି ପ୍ରାୟ 6ମାସ ପର୍ଯ୍ୟନ୍ତ ବିଲରେ ସଂଶୋଧନ ପାଇଁ ପ୍ରସ୍ତାବଗୁଡ଼ିକୁ ବିଚାର କଲା ଏବଂ ଜାନୁଆରୀ 27 ରେ ଏହାକୁ ପୁନର୍ବାର ସଂସଦରେ ଉପସ୍ଥାପନ କରିବାକୁ ଅନୁମୋଦନ କଲା ।

ଅନ୍ୟ ପଟେ  ୱାକଫ ସଂଶୋଧନ  ବିଲ୍‌କୁ ବିରୋଧ କରିଛି କଂଗ୍ରେସ । କଳା କୁର୍ତ୍ତା ପିନ୍ଧି ବିରୋଧ କରିଛି କଂଗ୍ରେସ । ସାଂସଦ ଇମରାନ୍ ପ୍ରତାପଗ୍ରାହୀ ସଂସଦ ମକର ଦ୍ବାର ନିକଟରେ ହାତରେ ରିଜେକ୍ଟ ୱାକଫ୍ ବିଲ୍ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଲେ ଦଳ ବିଲ୍ ବିରୋଧରେ ଭୋଟ୍ ଦେବ । ଏମିତି କି ନ ସୁରଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଲ୍‌କୁ ଦୁର୍ଭାଗ୍ଯଜନକ କହିଛନ୍ତି । ଏହାକୁ ମୁଁ ହିନ୍ଦୁ ମୁସଲିମ ବିରୋଧରେ ଦେଖୁନାହିଁ । ରାଜନୀତି ପାଇଁ  ତରବରିଆ ଭାବେ ଏହି ଆଇନ୍ ଆଣିଛନ୍ତି  ଭାଜପା ସରକାର । ୱାକଫ ବିଲ୍‌କୁ  ବିରୋଧ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ”ଏହି ବିଲ୍ ସମ୍ବିଧାନିକ । ମୁସଲମାନଙ୍କ ହିତରେ ବିଲ୍ ପ୍ରସ୍ତୁତ ହୋଇଛି । ଗରିବଙ୍କ ହିତ୍ ବିଲର ଉଦ୍ଦେଶ୍ୟ । ଯେଉଁମାନେ ବିଲ୍‌କୁ ବିରୋଧ କରୁଛନ୍ତି ସେମାନେ ମୁସଲିମ ବିରୋଧୀ ବୋଲି ।”